Advertisment

ଖୁବ୍ ଶୀଘ୍ର ପ୍ରକାଶ ପାଇପାରେ CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ମେ' ପ୍ରଥମ ସପ୍ତାହରେ ରେଜଲ୍ଟ ଘୋଷଣା ହେବାର ସମ୍ଭାବନା ରହିଛି।

CBSE Board

CBSE Board

Advertisment

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଖୁବ୍ ଶୀଘ୍ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିପାରେ। ଚଳିତ ମାସ ପ୍ରଥମ ସପ୍ତାହରେ ରେଜଲ୍ଟ ଘୋଷଣା ହେବାର ସମ୍ଭାବନା ରହିଛି।

Advertisment

ବୋର୍ଡର ଅଫିସିଆଲ୍ ୱେବସାଇଟ୍ Cbse.nic.in ଏବଂ cbseresults.nic.in ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ତେବେ ଫଳାଫଳ ପ୍ରକାଶ ପାଇବା ସମୟରେ ସୋଶାଲ ମିଡିଆରେ ଅନେକ ବିଭ୍ରାନ୍ତକର ସୂଚନା ଦିଆଯାଉଛି, ଯେଉଁଥିରେ ବିଶ୍ୱାସ ନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।  

ବୋର୍ଡର ଲୋକସମ୍ପର୍କ ଅଧିକାରୀ (PRO) କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ମେ ୧ ଅପରାହ୍ନ ଗୋଟାଏରୁ ୩ଟା ମଧ୍ୟରେ ଫଳାଫଳ ପ୍ରକାଶ ପାଇବା ନେଇ ଯେଉଁ ସୂଚନା ପ୍ରସାରଣ ହୋଇଥିଲା ତାହା ଭୁଲ୍। ଏପରି ବିଭ୍ରାନ୍ତକର ସୂଚନା ଉପରେ ବିଶ୍ୱାସ କରନ୍ତୁ ନାହିଁ। ରେଜଲ୍ଟ ପ୍ରକାଶ ସମୟରେ ନିଶ୍ଚିତ ରୂପେ ବୋର୍ଡ ପକ୍ଷରୁ ସୂଚନା ଦିଆଯିବ।

Advertisment

ତେବେ ଚଳିତ ବର୍ଷ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରୁ ୩୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଗତ ବର୍ଷ, CBSE ବୋର୍ଡ ଫଳାଫଳ ମେ ୧୨ରେ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ସମୟ ମଧ୍ୟରେ ଘୋଷଣା ହେବାର ସମ୍ଭାବନା ରହିଛି। ରେଜଲ୍ଟ ବାବଦରେ ଜାଣିବା ପାଇଁ ସର୍ବଦା CBSEର ଅଫିସିଆଲ ୱେବସାଇଟ୍ ଫଲୋ କରନ୍ତୁ, ସୋଶାଲ ମିଡିଆ ସୂଚନା ଉପରେ ବିଶ୍ୱାସ କରନ୍ତୁ ନାହିଁ।  

CBSE CBSE Board Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe