Advertisment

୨୦୨୬ରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା

ପ୍ରଥମ ବୋର୍ଡ ପରୀକ୍ଷା ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଏହା ବାଧ୍ୟତାମୂଳକ।

ଅଦ୍ୟତନ ହୋଇଛି
CBSE

CBSE

Advertisment

ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୬ରୁ ବର୍ଷକୁ ୨ଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ଶିକ୍ଷା ବର୍ଷରେ ଶିକ୍ଷାର୍ଥୀମାନେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାର ସୁଯୋଗ ପାଇବେ। ୨୦୨୬ରୁ ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରିବ ବୋଲି ଆଜି ଘୋଷଣା କରିଛି।

Advertisment

ସିବିଏସ୍‌ଇର ଘୋଷଣା ଅନୁଯାୟୀ, ପ୍ରଥମ ବୋର୍ଡ ପରୀକ୍ଷା ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଏହା ବାଧ୍ୟତାମୂଳକ। ଅର୍ଥାତ ସମସ୍ତ ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲା ଏହି ପରୀକ୍ଷା ଦେବାକୁ ବାଧ୍ୟ। ପ୍ରଥମ ବୋର୍ଡ ପରୀକ୍ଷା ପରେ ମେ’ ମାସରେ ପିଲାଙ୍କୁ ଆଉ ଏକ ସୁଯୋଗ ମିଳିବ। ମେ’ ମାସରେ ହେବାକୁ ଥିବା ପରୀକ୍ଷା ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ ରହିବ।

ଯେଉଁ ପିଲାମାନେ ଚାହିଁବେ, ଏହି ପରୀକ୍ଷା ଦେଇ ପରିବେ। ପିଲାଙ୍କୁ ନିଜର ମାର୍କ ବୃଦ୍ଧି କରିବାକୁ ଏହି ପରୀକ୍ଷା ଗୋଟିଏ ସୁଯୋଗ ଦେବ। ଏହାର ଅର୍ଥ ଯଦି କୌଣସି ପିଲା ପ୍ରଥମ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରହିବ ନାହିଁ ବୋଲି ଅନୁଭବ କରୁଛନ୍ତି, ତା’ହେଲେ ସେ ମେ’ ମାସରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ।

Advertisment

କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଶିକ୍ଷା ନୀତିରେ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା ରହିଛି। ଏହାକୁ ସିବିଏସ୍‌ଇ ୧୦ ଶ୍ରେଣୀ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ଓ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ। ଏପ୍ରିଲ ଓ ଜୁନ ମାସରେ ଯଥାକ୍ରମେ ଦୁଇଟି ଯାକ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ। ଦ୍ୱିତୀୟ ପରୀକ୍ଷା ଇଚ୍ଛାଧୀନ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ଭିତରୁ ୩ଟିରେ ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେବାକୁ ମଧ୍ୟ ଅନୁମତି ପାଇବେ।”

ସିବିଏସ୍‌ଇ କହିଛି ଯେ ଶୀତ କାଳୀନ ସ୍କୁଲର ୧୦ମ ଶ୍ରେଣୀ ପିଲାମାନେ ଦୁଇଟି ବୋର୍ଡ ପରୀକ୍ଷା ମଧ୍ୟରୁ ଗୋଟିଏକୁ ବିକଳ୍ପ ଭାବେ ବାଛି ପାରିବେ।

CBSE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe