Advertisment

ଚାଷୀ ଆନ୍ଦୋଳନର ସାଇଡ ଇଫେକ୍ଟ: ପରୀକ୍ଷା ପାଇଁ ଏମିତି ସୂଚନା ଜାରି କଲା ସିବିଏସ୍‌ଇ

କାଲି ଠାରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି। ଏଥିପାଇଁ ଆଜି ସିବିଏସ୍‌ଇ ଆଡଭାଇଜରୀ ଜାରି କରିଛି।

author-image
Hemant Lenka
CBSE

CBSE

ଦିଲ୍ଲୀ ଉପକଣ୍ଠରେ ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ଦେଖି ଆଜି ସିବିଏସ୍‌ଇ ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ବିଶେଷ ସୂଚା ଜାରି କରାଯାଇଛି। କାଲି ଠାରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି। ଏଥିପାଇଁ ଆଜି ସିବିଏସ୍‌ଇ ଆଡଭାଇଜରୀ ଜାରି କରିଛି।

Advertisment

ବୋର୍ଡ ପରୀକ୍ଷାର୍ଥୀମାନଙ୍କୁ କହିଛି ଯେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ପିଲାମାନେ ଦିନ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଆନ୍ତୁ। ସେହିପରି ପିଲାମାନେ ଯଥା ସମ୍ଭବ ମେଟ୍ରୋ ରେଳ ସେବାକୁ ବ୍ୟବହାର କରିବାକୁ ସିବିଏସ୍‌ଇ କହିଛି।

ସିବିଏସ୍‌ଇ ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି ଯେ ଦିଲ୍ଲୀରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ଭବତଃ ଟ୍ରାଫିକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ ହେବ। ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଯଥା ଶୀଘ୍ର ପରୀକ୍ଷା ପାଇଁ ଘରୁ ବାହାରନ୍ତୁ।

Advertisment

ଏହା ଦ୍ୱାରା ସେମାନେ ଠିକଣା ସମୟରେ ପରୀକ୍ଷା ହଲରେ ପହଞ୍ଚି ପାରିବେ। ପରୀକ୍ଷା ୧୦.୩୦ରେ ଆରମ୍ଭ ହେବ। ତେଣୁ ଦିନ ୧୦ଟା ସୁଦ୍ଧା ପିଲାମାନେ ପରୀକ୍ଷା ହଲରେ ପହଞ୍ଚିବା ଦରକାର। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପିଲାମାନେ ମେଟ୍ରୋ ସେବାର ବ୍ୟବହାର କରନ୍ତୁ। କାରଣ ଏହା ଠିକ ଭାବେ ସେବା ଯୋଗାଇ ଆସୁଛି।

କେବଳ ଦିଲ୍ଲୀ କିମ୍ବା ଏନସିଆରର ପିଲା ନୁହନ୍ତି, ସିବିଏସ୍‌ଇ ପରୀକ୍ଷା ଦେଉଥିବା ଦେଶ ଓ ବିଦେଶର ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଦିନ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦେଇଛି।

ଦିନ ୧୦ଟା ସୁଦ୍ଧା ଯେଉଁମାନେ ପହଞ୍ଚିବେ, ସେମାନଙ୍କୁ ପରୀକ୍ଷା ହଲରେ ପଶିବାକୁ ଅନୁମତି ମିଳିବ। ଏହାପରେ ଆଉ କାହାକୁ ଏଣ୍ଟ୍ରୀ ଦିଆଯିବ ନାହିଁ ବୋଲି ବୋର୍ଡ କହିଛି।

ଦିଲ୍ଲୀରେ ପରୀକ୍ଷା ପାଇଁ ମୋଟ ୮୭୭ଟି କେନ୍ଦ୍ର ହୋଇଛି। ଏଠାରେ ମୋଟ ୫.୮୦ ଲକ୍ଷ ପିଲା ପରୀକ୍ଷା ଦେବେ। ଚଳିତ ବର୍ଷ ମୋଟ ୨୬ଟି ଦେଶର ୩୯ ଲକ୍ଷ ପିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେଉଛନ୍ତି।

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୨ ଯାଏ ଚାଲିବ। ସେହିପରି ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହୋଇ ମାର୍ଚ୍ଚ ୧୩ରେ ଶେଷ ହେବ।

Farmer Protest CBSE