Advertisment

ସ୍କୁଲର ଏହି ସବୁ ସ୍ଥାନରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ

ସ୍କୁଲର କେଉଁ ସବୁ ସ୍ଥାନରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ, ତା’ର ତାଲିକା ସିବିଏସ୍‌ଇ ଜାରି କରିଛି।

author-image
Hemant Lenka
school

school

ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ସିବିଏସ୍‌ଇ। ବୋର୍ଡ ପକ୍ଷରୁ ତା’ର ନିୟମରେ କିଛି ସଂଶୋଧନ କରାଯାଇଛି। ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ସିବିଏସ୍‌ଇ ଉଦ୍ୟମ କରିଛି।

Advertisment

ସ୍କୁଲର କେଉଁ ସବୁ ସ୍ଥାନରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ, ତା’ର ତାଲିକା ସିବିଏସ୍‌ଇ ଜାରି କରିଛି। ସିବିଏସ୍‌ଇ ଦ୍ୱାରା ଅନୁବନ୍ଧିତ ସ୍କୁଲଗୁଡ଼ିକ ଉଚ୍ଚ କ୍ଷମତା ସମ୍ପନ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ। ରିୟଲ ଟାଇମ ଅଡିଓ ଓ ଭିଜୁଆଲ ମଧ୍ୟ ଏଥିରେ ରହିବ।

ସ୍କୁଲର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ, ଲବି, କରିଡର, ପାହାଚ, କ୍ଲାସରୁମ, ଲ୍ୟାବ , ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡ଼ିଆ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିଛି ସିବିଏସ୍‌ଇ।

Advertisment

ପ୍ରତିଟି ସିସିଟିଭିରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ଯିବ। ଅତିକମରେ ୧୫ ଦିନର ଭିଡିଓ ସଂରକ୍ଷିତ ରଖିବା ଭଳି ବ୍ୟବସ୍ଥା ହେବ। ସମାନ ଅବଧିର ବ୍ୟାକଅପକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଅନୁବନ୍ଧିତ ସ୍କୁଲ ଏହି ନିୟମକୁ ପାଳନ କରିବାକୁ ବାଧ୍ୟ ବୋଲି ସିବିଏସ୍‌ଇ କହିଛି।

CBSE