Advertisment

CBSE: ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖରେ ସଂଶୋଧନ କଲା CBSE

ସମସ୍ତ ସ୍କୁଲକୁ ଆଡମିଟ କାର୍ଡରେ ମଧ୍ୟ ସଂଶୋଧିତ ତାରିଖ ଉଲ୍ଲେଖ କରିବାକୁ ବୋର୍ଡ ନିର୍ଦ୍ଦେଶ ଦିଆଯାଇଛି। ପିଲା ଓ ଅଭିଭାବକମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଯଥାଶୀଘ୍ର ସୂଚନା ଦେବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି।

CBSE

ସିବିଏସ୍‌ଇ

Advertisment

ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ(ସିବିଏସ୍‌ଇ) ପକ୍ଷରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖରେ ସଂଶୋଧନ କରାଯାଇଛି। ପୂର୍ବରୁ ମାର୍ଚ୍ଚ ୩ରେ ହେବାକୁ ପରୀକ୍ଷା ତାରିଖକୁ ବଦଳା ଯାଇଛି।

Advertisment

ଗୋଟିଏ ବିଜ୍ଞପ୍ତି ଜାରି କରି ପ୍ରଶାସନିକ କାରଣ ଯୋଗୁ ତାରିଖ ପରିବର୍ତ୍ତନ କରାଯାଇଥିବା ବୋର୍ଡ(CBSE) କହିଛି। ଏହି ଗୋଟିଏ ତାରିଖ ବ୍ୟତୀତ ବାକି ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ସ୍ପଷ୍ଟ କରିଛି। 

ସଂଶୋଧିତ ସୂଚୀ ଅନୁସାରେ, ପୂର୍ବରୁ ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ବଦଳ ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ। ସେହିପରି ଦ୍ୱାଦଶ ଶ୍ରେଣୀର ପିଲାମାନେ ମାର୍ଚ୍ଚ ୩ରେ ଯେଉଁ ବିଷୟରେ ପରୀକ୍ଷାର ଦେବାର ଥିଲା, ସେହି ବିଷୟର ପରୀକ୍ଷା ପ୍ରାୟ ମାସେ ଅର୍ଥାତ ଏପ୍ରିଲ ୧୦ରେ ହେବ। ବାକି ସମସ୍ତ ବିଷୟର ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ। 

Advertisment

ବୋର୍ଡ କହିଛି ଯେ ମାର୍ଚ୍ଚ ୩ରେ ଦ୍ୱାଦଶ ଶ୍ରେଣୀର ଲିଗାଲ ଷ୍ଟଡିଜ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଏବେ ଏପ୍ରିଲ ୧୦ରେ ପିଲାମାନେ ଲିଗାଲ ଷ୍ଟଡିଜର ପରୀକ୍ଷା ଦେବ। ୧୦ମ ଶ୍ରେଣୀର ପିଲାମାନେ ମାର୍ଚ୍ଚ ୩ରେ ଏକାଧିକ ଭାଷା ଓ ଇଲେକ୍ଟିଭ ବିଷୟରେ ପରୀକ୍ଷା ଦେବା ଦିନ ଧାର୍ଯ୍ୟ ହୋଇଥିଲା।

ଏହା ମଧ୍ୟରେ ତିବ୍ବତୀୟ, ଜର୍ମାନ, ଏନସିସି, ଭୋଟି, ବୋଡୋ, ତାଙ୍ଗଖୁଲ, ଜାପାନିଜ, ଭୁଟିଆ, ସ୍ପାଇନିସ, କଶ୍ମିରୀ, ମିଜୋ ଓ ବାହାସା ମେୟାୟୁ ପ୍ରମୁଖ ରହିଥିଲା। ଏହି ଭାଷା ଭିତ୍ତିକ ପରୀକ୍ଷା ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ। 

ସମସ୍ତ ସ୍କୁଲକୁ ଆଡମିଟ କାର୍ଡରେ ମଧ୍ୟ ସଂଶୋଧିତ ତାରିଖ ଉଲ୍ଲେଖ କରିବାକୁ ବୋର୍ଡ ନିର୍ଦ୍ଦେଶ ଦିଆଯାଇଛି। ପିଲା ଓ ଅଭିଭାବକମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଯଥାଶୀଘ୍ର ସୂଚନା ଦେବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ପିଲାମାନଙ୍କୁ ସଂଶୋଧିତ ତାରିଖକୁ ମୁଣ୍ଡରେ ରଖି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ବୋର୍ଡ ପରାମର୍ଶ ଦେଇଛି। ଏଥିରେ ସହାୟତା କରିବାକୁ ସ୍କୁଲଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। 

CBSE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe