Advertisment

ସିବିଏସ୍‌ଇ ୧୦ମ ବୋର୍ଡ ରେଜଲ୍ଟ ପ୍ରକାଶିତ, ୯୩.୬୦% ଛାତ୍ରଛାତ୍ରୀ ପାସ୍‌

ଗତ ବର୍ଷ ତୁଳନାରେ ପାସ୍‌ ହାର ୦.୪୮ ପ୍ରତିଶତ ଅଧିକ ରହିଛି।

ଅଦ୍ୟତନ ହୋଇଛି
CBSE 10th Result

CBSE 10th Result

Advertisment

ଦ୍ୱାଦଶ ପରେ ପ୍ରକାଶ ପାଇଲା କେନ୍ଦ୍ର ମାଧ୍ୟମିକ ଶିକ୍ଷା ତଥା ସିବିଏସ୍‌ଇ ୧୦ମ ବୋର୍ଡ ରେଜଲ୍ଟ। ଛାତ୍ରଛାତ୍ରୀମାନେ CBSE https://cbseresults.nic.in କୁ ଯାଇ ସେମାନଙ୍କର ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। CBSE ଦଶମ ଫଳାଫଳ ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ବ୍ୟବହାର କରିବାକୁ ପଡିବ।

Advertisment

ଚଳିତ ବର୍ଷ ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୬୦ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଏହା ୦.୪୮ ପ୍ରତିଶତ ଅଧିକ ରହିଛି। ଗତ ବର୍ଷ ୯୩.୧୨ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାସ୍ କରିଥିଲେ। 

ଦ୍ୱାଦଶ ଭଳି CBSE ଦଶମ ଫଳାଫଳରେ ମଧ୍ୟ ଝିଅମାନେ ଆଗରେ ଅଛନ୍ତି। ୯୪.୭୫ % ଛିଅ ପାସ୍‌ କରିଛନ୍ତି। ସେହିପରି ପୁଅଙ୍କ ପାସ୍‌ ହାର ୯୨.୭୧ ରହିଛି। ଟ୍ରାନ୍ସଜେଣ୍ଡରଙ୍କ ରେଜଲ୍ଟ ୯୧.୩୦% ରହିଛି। 

Advertisment

ସିବିଏସଇ ଦଶମ ଫଳାଫଳରେ ମଧ୍ୟ କେରଳ ଆଗରେ ରହିଛି। କେରଳର ତ୍ରିଭେନ୍ଦ୍ରମରେ ୯୯.୭୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୬୦ ପ୍ରତିଶତ ଅଛି।

ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୯.୩୦ % ରିହିଛି। ତା'ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୯.୨୬ ପ୍ରତିଶତ ରହିଛି।

CBSE 10th Result CBSE Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe