Advertisment

ହଟିଲା କଟକଣା: ଏଣିକି ଫେଲ୍‌ ହେଲେ ଫେଲ୍‌

୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।

ଅଦ୍ୟତନ ହୋଇଛି
School

School

Advertisment

ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ ପାରିବ।

Advertisment

ସେହିପରି ସେମାନେ ପରବର୍ତ୍ତୀ କ୍ଲାସକୁ ମଧ୍ୟ ଯାଇ ପାରିବେ ନାହିଁ। ତେବେ ୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।

ଉକ୍ତ ରିଟେଷ୍ଟରେ କୃର୍ତ୍ତକାର୍ଯ୍ୟ ହେଲେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଗୁଡ଼ିକରେ ଏହି ନିୟମ ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

Advertisment

ଶିକ୍ଷା ଅଧିକାରୀ ଆଇନ ୨୦୧୯ରେ ସଂଶୋଧନ କରି ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ସ୍କୁଲ ଗୁଡ଼ିକ ଫେଲ୍‌ ନ ହେବା କଟକଣାକୁ ହଟାଇ ଦେଇଛନ୍ତି। ସେମାନେ ମଧ୍ୟ ୫ମ ଓ ୮ମ ଶ୍ରେଣୀ ପାଇଁ ଏହି ନିୟମ ଲାଗୁ କରିଛନ୍ତି।

ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି କୌଣସି ଶିକ୍ଷାର୍ଥୀ ବାର୍ଷିକ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇ ପାରୁ ନାହାନ୍ତି, ତା’ହେଲେ ସେମାନଙ୍କୁ ବା ତାଙ୍କୁ ରେଜଲ୍ଟ ବାହାରିବାର ୨ ମାସ ମଧ୍ୟରେ ଅତିରିକ୍ତ କୋଚିଂ ଓ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। କିନ୍ତୁ ପୁନଃ ପରୀକ୍ଷାରେ ଶିକ୍ଷାର୍ଥୀ ଜଣଙ୍କ ବା ଶିକ୍ଷାର୍ଥୀମାନେ ପାସ୍‌ କରିପାରିଲେ ନାହିଁ, ତା’ହେଲେ ତାଙ୍କୁ ପୁଣି ୫ମ କିମ୍ବା ୮ମ ଶ୍ରେଣୀରେ ରହିବାକୁ ପଡ଼ିବ।

ଏହି ସମୟରେ ଶ୍ରେଣୀ ଶିକ୍ଷକ କିମ୍ବା ଶ୍ରେଣୀ ଶିକ୍ଷୟିତ୍ରୀ ପିଲାଟି କେମିତି ପାସ୍‌ କରିବ, ସେନେଇ ଉଦ୍ୟମ କରିବେ। ତାଙ୍କୁ ଆବଶ୍ୟକ କୋଚିଂ ମଧ୍ୟ ଯୋଗାଇ ଦେବେ। ତେବେ ଶିକ୍ଷା ସମାପ୍ତ ନ ହେବା ଯାଏ କୌଣସି ସ୍କୁଲ ପକ୍ଷରୁ ପିଲାଙ୍କୁ ବହିଷ୍କୃତ କରାଯାଇ ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ ଭାବେ କହିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା କଥା ଯେ ଏହି ନିୟମ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ସମେତ କେନ୍ଦ୍ର ଦ୍ୱାରା ପରିଚାଳିତ ପ୍ରାୟ ୩ ହଜାରର ସ୍କୁଲରେ କାର୍ଯ୍ୟକାରୀ ହେବ। ଶିକ୍ଷା ରାଜ୍ୟର ବ୍ୟାପାର ହୋଇଥିବାରୁ ରାଜ୍ୟଗୁଡ଼ିକ ସେମାନଙ୍କ ହିସାବରେ ଅନ୍ୟ ସ୍କୁଲରେ ଏହି ନିୟମ ଲାଗୁ କରିପାରିବେ।

School Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe