Advertisment

AI ଧରିଲା ମାଟ୍ରିକ ପରୀକ୍ଷା ତ୍ରୁଟି; ବଦଳିଲେ ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ

ଗତକାଲି ମାଟ୍ରିକ ପରୀକ୍ଷାର୍ଥୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟି ସାମନାକୁ ଆସିଛି।

author-image
Pragnya Choudhury
ଅଦ୍ୟତନ ହୋଇଛି
Matric Exam

Matric Exam

 ଏଥର ମାଟ୍ରିକ ପରୀକ୍ଷାରେ ଘାଣ୍ଟୁଛି AI । ପରୀକ୍ଷା ବେଳେ ହେଉଥିବା ଛୋଟ ଛୋଟ ତ୍ରୁଟି ବିଚ୍ୟୁତି ବି AI ନଜରରେ ପଡ଼ି ଯାଉଛି। AIର କଡ଼ା ନଜର ସତ୍ତ୍ୱେ ବି ଏଥର ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା  ଅଭିଯୋଗ ହୋଇଛି। ସୋଶାଲ ମିଡ଼ିଆରେ ଘୁରି ବୁଲିଲା ପ୍ରଶ୍ନ ଓ ଉତ୍ତର।  

Advertisment

ଗତକାଲି ମାଟ୍ରିକ ପରୀକ୍ଷାର୍ଥୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟି ସାମନାକୁ ଆସିଛି।  ଇଂରାଜୀ ପ୍ରଶ୍ନପତ୍ର ଓ ତାର ଉତ୍ତର ପରୀକ୍ଷା ଆରମ୍ଭ ପୂର୍ବରୁ ସୋଶାଲ ମିଡିଆରେ ଘୂରି ବୁଲୁଥିଲା। କେବଳ ଅବ୍ ଜେକ୍ଟିଭ୍ ପ୍ରଶ୍ନପତ୍ର ଉତ୍ତର ନୁହେଁ, ସବ୍ ଜେକ୍ଟିଭ୍ ବିଭାଗର ଟ୍ରାନ୍ସଲେସନ ଓ ଏହାର ଉତ୍ତର ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିଲା।

କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ଆରମ୍ଭ ପୂର୍ବରୁ ଏଭଳି ପ୍ରଶ୍ନପତ୍ର ବୁଲିଥିବା ସୂଚନା ମିଳିଛି। ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ରହିଥିବା ବେଳେ ଏଭଳି କିଭଳି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗ କର୍ତ୍ତୃପକ୍ଷ କିନ୍ତୁ ଏଭଳି ଭାଇରାଲ ଘଟଣାକୁ ଅସ୍ୱୀକାର କରିଛନ୍ତି। କେନ୍ଦୁଝରରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ ଚାଲିଛି ବୋଲି କହିଛନ୍ତି।

ଏପଟେ ମାଟ୍ରିକ ପରୀକ୍ଷାରେ ତ୍ରୁଟି ପାଇଁ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେନ୍ଦୁଝର ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବଦଳିଥିବା ନେଇ ସୂଚନା ମିଳିଛି। ବୋର୍ଡ ନିର୍ଦ୍ଦେଶରେ ସୁପରିଣ୍ଟେଣ୍ଡେଣ୍ଟ ବଦଳିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏପଟେ ହାଟଡିହି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିସ୍ ହୋଇଥିବା ସୂଚନା ମିଳିଛି। ଏନେଇ ଜିଲ୍ଲା ଶିକ୍ଷା ବିଭାଗ କିମ୍ବା ବୋର୍ଡ ପକ୍ଷରୁ ଏଯାଏ ପ୍ରତିକ୍ରିୟା ମିଳିପାରିନି।

ଏହାବାଦ ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲାଯାଇଥିଲା । ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲାଯାଇଥିବା ଘଟଣାକୁ ରେକର୍ଡ କରି ଦେଇଥିଲା AI । ସେଠାରେ ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ରଗୁଡିକୁ ଲୁହା ବାକ୍ସରେ ରଖାଯାଇଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା।

ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ଆପତ୍ତିଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି। ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ।

Matric Exam