Advertisment

ମୟୂରଭଞ୍ଜ ପାଇଁ ଗୌରବ ଆଣିଲେ ଚେତନ ଲାଢା

ଆଇନ ପାଠ୍ୟକ୍ରମ ପଢ଼ା ସରିବା ପରେ ଓଜେଏସ୍‌ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଚେତନ ଲାଢା। ସେଥିପାଇଁ ଦିନକୁ ୭ରୁ ୮ ଘଣ୍ଟା ଧରି ପାଠ ପଢ଼ୁଥିଲେ। ଏଥିରେ ବାପା ମାଆ ଓ ଦୁଇ ଭଉଣୀ ଭିଣୋଇ ସହଯୋଗ କରୁଥିଲେ। ସେମାନଙ୍କ ଆଶୀର୍ବାଦ ଯୋଗୁ ଆଜି କୃତକାର୍ଯ୍ୟ ହୋଇଛନ୍ତି ଚେତନ।

OJS

OJS

Advertisment

ମୟୂରଭଞ୍ଜ ପାଇଁ ଗୌରବ ଆଣିଲେ ଚେତନ ଲାଢା। ଓଜେଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ସେ ୨୯ ତମ ରେଙ୍କ ଅଧିକାର ହୋଇଛନ୍ତି। ସେଥିପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

Advertisment

ବାରିପଦା ଟାଉନ୍‌ରେ ଚେତନ ଲାଢାଙ୍କ ଜନ୍ମ। ସେ ହେଉଛନ୍ତି ମଦନଲାଲ ଲାଢା ଓ ପୁଷ୍ପା ଲାଢାଙ୍କ ପୁତ୍ର। ବାପା ହେଉଛନ୍ତି ଜଣେ ଛୋଟ ବ୍ୟବସାୟୀ। ତାଙ୍କର ସେହି ରୋଜଗାରରେ ଚଳୁଛି ପୂରା ପରିବାର। ଘରର ନାନା ଖର୍ଚ୍ଚ ଓ ପିଲାଙ୍କ ପାଠ ପଢ଼ା। ନାନା ଅଭାବ ଭିତରେ ପାଠ ପଢ଼ା ଛାଡ଼ି ନଥିଲେ ଚେତନ। ସେ ବାରିପଦାର ସେଣ୍ଟ ଜେଭିୟର ସ୍କୁଲରୁ ମାଟ୍ରକି ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ସତ୍ୟସାଇ ବିଦ୍ୟା ବିହାରରେ ନାମ ଲେଖାଇଥିଲେ। ସେଠାରେ ଦ୍ୱାଦଶ ଶ୍ରେଣୀ ପାସ୍‌ କରିବା ପରେ ରାଇପୁର ନେସନଲ ଲ’ ୟୁନିଭରସିଟିରେ ଆଇନ ପାଠ ପଢିଥିଲେ। ୨୦୨୦ ମସିହାରେ ପାସ୍‌ କରିଥିଲେ।

ଆଇନ ପାଠ୍ୟକ୍ରମ ପଢ଼ା ସରିବା ପରେ ଓଜେଏସ୍‌ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଚେତନ ଲାଢା। ସେଥିପାଇଁ ଦିନକୁ ୭ରୁ ୮ ଘଣ୍ଟା ଧରି ପାଠ ପଢ଼ୁଥିଲେ। ଏଥିରେ ବାପା ମାଆ ଓ ଦୁଇ ଭଉଣୀ ଭିଣୋଇ ସହଯୋଗ କରୁଥିଲେ। ସେମାନଙ୍କ ଆଶୀର୍ବାଦ ଯୋଗୁ ଆଜି କୃତକାର୍ଯ୍ୟ ହୋଇଛନ୍ତି ଚେତନ। ଆଉ ଓଜେଏସ୍‌ ପରୀକ୍ଷାରେ ୨୯ତମ ରେଙ୍କ ଅଧିକାର କରିଛନ୍ତି। ଖାଲି ସେତିକି ନୁହେଁ, ମୟୂରଭଞ୍ଜ ପାଇଁ ଗୌରବ ଆଣିଛନ୍ତି। ଚେତନ ପାଠ ପଢ଼ା ସହ ଖେଳ ପ୍ରତି ରୁଚି ରଖିଛନ୍ତି। ସେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ସ୍ଥାନରେ କ୍ରିକେଟ ମ୍ୟାଚରେ ଭାଗ ନେଇଛନ୍ତି। କୃତକାର୍ଯ୍ୟ ପରେ ଚେତନଙ୍କ ପାଖକୁ ଶୁଭେଚ୍ଛା ସୁଅ ଛୁଟୁଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada OJS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe