Advertisment

NSD ନିର୍ଦ୍ଦେଶ ହେଲେ ଚିତ୍ତରଂଜନ ତ୍ରିପାଠୀ

ଚିତ୍ତରଞ୍ଜନ ତ୍ରିପାଠୀ ହେଉଛନ୍ତି ଏକାଧାରରେ ଜଣେ ଅଭିନେତା, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଓ ପ୍ରଯୋଜକ। ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଓ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ।

Chittaranjan Tripathy

Chittaranjan Tripathy

Advertisment

ଓଡିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲିର ପୁଅ ଚିତ୍ତରଂଜନ ତ୍ରିପାଠୀ। ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା(ଏନଏସଡି)ର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅଳଙ୍କୃତ କରିଛନ୍ତି।

Advertisment

ଚିତ୍ତରଞ୍ଜନ ତ୍ରିପାଠୀ ହେଉଛନ୍ତି ଏକାଧାରରେ ଜଣେ ଅଭିନେତା, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଓ ପ୍ରଯୋଜକ। ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଓ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ। ଉଭୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ। ‘ଧଉଳି ଏକ୍ସପ୍ରେସ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ ଓ ୱେବ ସିରିଜରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ।

ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ରେ ତ୍ରିଦେବୀ ଚରିତ୍ରରେ ଚମତ୍କାର ଅଭିୟନ କରିଥିଲେ ଶ୍ରୀ ତ୍ରିପାଠୀ। ତାହାଛଡା ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିକ୍ଷଣ ଓ ନାଟ୍ୟ କର୍ମଶାଳା ପାଇଁ ଲୋକ ପ୍ରିୟ ହୋଇଥିଲେ। ନ୍ୟାସନାଲ୍ ସ୍କୁଲ୍‌ ଅଫ୍‌ ଡ୍ରାମା ବିଶ୍ୱର ଏକ ପ୍ରମୁଖ ଥିଏଟର ତାଲିମ ପ୍ରତିଷ୍ଠାନ ଭାବେ ଜଣାଶୁଣା। ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ପ୍ରତିଷ୍ଠାନ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ୧୯୭୫ ମସିହାରେ ଏହା ଏକ ସ୍ୱୟଂଶାସିତ ସଂସ୍ଥା ଭାବରେ ପରିଣତ ହୋଇଥିଲା।

Advertisment

ନାଟ୍ୟକାର ଚିତ୍ତରଂଜନ ତ୍ରିପାଠୀ ୧୯୯୬ ମସିହାରେ ଏନ୍‌ଏସ୍‌ଡିରୁ ପାସ୍‌ କରିଥିଲେ। ତାଙ୍କ ବ୍ୟାଚ୍‌ମେଣ୍ଟ ହେଉଛନ୍ତି ନୱାଜ ଉଦ୍ଦିନ ସିଦ୍ଦିକ। 

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Bhadrak Bhadrak News NSD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe