CBSE
ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଆଜି ସିବିଏସ୍ଇ ପକ୍ଷରୁ ଡାଟା ସିଟ୍ ବା ପରୀକ୍ଷା ସୂଚୀ ଜାରି କରାଯାଇଛି। ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ।
ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନ୍ସରେ ଅନୁଷ୍ଠିତ ହେବ। ପ୍ରଥମ ପରୀକ୍ଷା ୧୦.୩୦ରୁ ୧୨.୩୦ ଓ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ଯାଏ ଚାଲିବ।ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ କହିଛନ୍ତି, “ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। କିନ୍ତୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହେବ ଓ ମାର୍ଚ୍ଚ ୧୩ରେ ଶେଷ ହେବ।
ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୮, ୨୯, ମାର୍ଚ୍ଚ ୧, ୪,୫,୬,୭,୯,୧୧,୧୨,୧୩,୧୪,୧୫,୧୬,୧୮,୧୯,୨୦,୨୨,୨୩,୨୬,୨୭,୨୮,୩୦, ଏପ୍ରିଲ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ।
ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫,୧୬,୧୭,୧୯,୨୦,୨୧,୨୩,୨୪,୨୬,୨୮, ମାର୍ଚ୍ଚ ୨,୪,୫,୭,୧୧ ଓ ୧୩ରେ ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CBSE_1702384887.jpg)