Exam
ଆସନ୍ତା ମାର୍ଚ୍ଚ ୬ରୁ ରାଜ୍ୟରେ ନବମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଫେବୃୟାରୀ ୨୦ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ।
ସୂଚନା ଅନୁସାରେ, ନବମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ମାତ୍ର ୨ଘଣ୍ଟା ପୂର୍ବରୁ ଅର୍ଥାତ୍ ୭ଟାରୁ ୯ଟା ମଧ୍ୟରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ । ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ନିଜ ସ୍କୁଲର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଉକ୍ତ ପ୍ରଶ୍ନପତ୍ର ଡାଉନଲୋଡ୍ କରିପାରିବେ । ଏହାର ଜେରକ୍ସ ଅବା ପ୍ରିଣ୍ଟ ଆଉଟ ବାହାର କରି ପରୀକ୍ଷା କରିବେ ।
ନବମ ଶ୍ରେଣୀ ପରୀକ୍ଷା ପାଇଁ ଯେଉଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ସେଥିରେ ମାର୍ଚ୍ଚ ୬ରେ ଦ୍ୱିତୀୟ ଭାଷା ଇଂରାଜୀ, ମାର୍ଚ୍ଚ ୭ରେ ତୃତୀୟ ଭାଷା ହିନ୍ଦି/ସଂସ୍କୃତ, ମାର୍ଚ୍ଚ ୯ରେ ବିଜ୍ଞାନ, ମାର୍ଚ୍ଚ ୧୧ରେ ଗଣିତ, ମାର୍ଚ୍ଚ ୧୨ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୧୩ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ରହିଛି।
ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଚାଲିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Exam_1683512309.jpg)