Advertisment

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରରେ ବିବାଦୀୟ ପ୍ରଶ୍ନ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନପତ୍ର ଏଭଳି ଏକ ପ୍ରଶ୍ନ କରାଯାଇଛି ଯେଉଁଥିରେ ରାମ ରାଜ୍ୟକୁ କଳ୍ପନାପ୍ରସୂତ ବୋଲି ଲେଖାଯାଇଛି ।

author-image
Ordigital Desk
Exam

Exam

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନପତ୍ରରେ ବିବାଦୀୟ ପ୍ରଶ୍ନ । ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ପିଲାମାନଙ୍କୁ ପ୍ରଶ୍ନ ପଚରାଯାଇଛି । ଏଭଳି ଅକ୍ଷମଣୀୟ ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ରାଜ୍ୟ ବିଜେପି ।

Advertisment

ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନପତ୍ର ଏଭଳି ଏକ ପ୍ରଶ୍ନ କରାଯାଇଛି ଯେଉଁଥିରେ ରାମ ରାଜ୍ୟକୁ କଳ୍ପନାପ୍ରସୂତ ବୋଲି ଲେଖାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ସରକାରଙ୍କ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଜେପି ବାଧ୍ୟ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକ ପ୍ରଶ୍ନରେ ଲେଖା ହୋଇଛି ଯେ, ରାମ ରାଜ୍ୟ ଏକ "କଳ୍ପନା ପ୍ରସୂତ' ରାଜ୍ୟ ଥିଲା ଅର୍ଥ ଏହା ମିଛ ଥିଲା । ଯଦି ରାମ ରାଜ୍ୟ ମିଛ ଥିଲା ତାହେଲେ ଭଗବାନ ଶ୍ରୀରାମ ବି ମିଛ ଥିଲେ । ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଂଚାଇଛି । ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି କଥା କିଭଳି ଲେଖା ଯାଇପାରିଲା? ଏହାକୁ ନେଇ ସରକାର ଆଇପିସି ଧାରା ୨୯୫ ଏ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବା କଥା । ଯଦି ସରକାର ତାହା କରନ୍ତି ନାହିଁ ତାହେଲେ ଆମେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ।

Advertisment

ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଂଚାଇବା ଅନେକ ରାଜନୈତିକ ଦଳର ଅଭ୍ୟାସ । ଦିନେ କଂଗ୍ରେସ ଦଳ ଏଭଳି ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦେଇଥିଲା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷା ଅନୁଷ୍ଠାନ । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ବିଜୁ ଜନତା ଦଳ ଶାସିତ ରାଜ୍ୟ ସରକାରର ଏକ ଯୋଜନାବଦ୍ଧ ରାଜନୈତିକ ଷଡ଼ଯନ୍ତ୍ର ନୁହେଁ ତ? ଘଟଣାର ସତ୍ୟତା ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।

Bjp Odisha Adarsha Vidyalaya