Advertisment

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା

୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି। କଳା ଓ ବାଣିଜ୍ୟରେ ରାଉରକେଲା HSS ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିଜ୍ଞାନରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୨ୟ ସ୍ଥାନରେ ରହିଛି।

Advertisment

ରେଭେନ୍ସା ଜୁନିୟର କଲେଜରେ ବିଜ୍ଞାନରେ ୯୧.୫୦% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୫.୧୭ ଓ ବାଣିଜ୍ୟ ୭୭% ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନରେ ୮୭% କଟ୍ ଅଫ୍ ମାର୍କ ଥିବା ବେଳେ କଳାରେ ୭୨% ଓ ବାଣିଜ୍ୟ ୭୦% ରହିଛି। ରାଉରକେଲା HSS କଲେଜରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ଥିବା ବେଳେ ୮୦.୬୦% ଥିବା ବେଳେ କଳାରେ ୭୪.୩୩% ରହିଛି।

ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହେବ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ଆସିଛି। ତେବେ ୪୯ ହଜାର ୬୧୧ ଜଣ ମେଧା ତାଲିକାରୁ ବାଦ ପଡ଼ିଛନ୍ତି। କଳାରେ ୨ ଲକ୍ଷ ୭୧ ହଜାର ୪୯୨, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ ଓ ବାଣିଜ୍ୟରେ ୨୪ ହଜାର ୩୫୪ ଜଣ ମନୋନୀତ ହୋଇଛନ୍ତି।

Advertisment
Cuttack First Phase Plus 2 Cut Off Marks Revensa College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe