Advertisment

ଯୁକ୍ତ ୩ ନାମଲେଖା ପାଇଁ ତାରିଖ ପ୍ରକାଶ, ଜାଣନ୍ତୁ କେବେ ଠାରୁ କରିପାରିବେ ଆବେଦନ

ଜୁନ୍ ୧୯ ତାରିଖରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ।

author-image
Jitendra Garnayak
Key Board

Key Board

ଯୁକ୍ତ ୩ ଅନଲାଇନ ନାମଲେଖା ପାଇଁ ତାରିଖ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ଜୁନ୍ ୧୯ ତାରିଖରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁଲାଇ ୪ ତାରିଖରେ ଶେଷ ହେବ।

Advertisment

ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲ www.samsodisha.gov.in କୁ ଯାଇ ଆବେଦନ କରିପାରିବେ। ଏଥିରେ କମନ୍ ଆପ୍ଲିକେସନ୍ ଫର୍ମ ବା CAF ଉପଲବ୍ଧ ହେବ।

ଜୁନ୍ ୧୯ ତାରିଖ ଅପରାହ୍ନ ୨ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଥିରେ ନାମଲେଖା ପାଇଁ ଆବେଦନ କରିପାରିବେ।

Advertisment

ଜୁଲାଇ ୧୪ ଅପରାହ୍ନ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ। ଜୁଲାଇ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ ସିଲେକ୍ସନ/ଫ୍ରିଜ୍/ ଅପ୍‌ସନ୍‌ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍‌ଲାଇନ୍ ପେମେଣ୍ଟ କରିପାରିବେ। ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ।

ପ୍ରଥମ ରାଉଣ୍ଡ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ। ତା’ ମଧ୍ୟରେ କେବଳ ଜୁଲାଇ ୧୬ ତାରିଖଟି ଛୁଟି ରହିବ। କାରଣ ସେଦିନ ରବିବାର ପଡୁଛି। ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ।

ତା’ପରେ ଜୁଲାଇ ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ। ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ।

Noticeନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି

ଯଦି ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବାରେ କିମ୍ବା ସ୍ଲାଇଡ୍ ଚୟନ କରିବାରେ/ଫ୍ରିଜ୍ ଓ ପ୍ଲୋଟ ଅପସନ୍‌ରେ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ସେମାନେ ସେମାନଙ୍କ ନିକଟସ୍ଥ ସାମ୍‌ସ ରିସୋର୍ସ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ।

+3 Admission Admission Open