Advertisment

ଦିଲ୍ଲୀରେ ଆସନ୍ତା ୫ ଦିନ ସ୍କୁଲ୍ ଛୁଟି

୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ସରକାର।

ଅଦ୍ୟତନ ହୋଇଛି
Class Room

Class Room

Advertisment

ଦିଲ୍ଲୀରେ ଆଗାମୀ ୫ ଦିନ ଯାଏ ସ୍କୁଲ୍‌ ଛୁଟି ରହିବ। ୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ସରକାର। ପ୍ରବଳ ଶୀତ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଆଜି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି କହିଛନ୍ତି। 

Advertisment

ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପ୍ରବଳ ଶୀତ ଯୋଗୁ ନର୍ସରୀରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀରେ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। 

ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ଶୀତ ଛୁଟି ଯୋଗୁ ସ୍କୁଲ୍ ଗୁଡ଼ିକ ବନ୍ଦ ଅଛି। ଆସନ୍ତାକାଲିଠାରୁ ସ୍କୁଲ ଖୋଲିବ। ତେବେ ତା’ ପୂର୍ବରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।  

Advertisment

ଶନିବାର (ଗତକାଲି) ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଛୁଟିକୁ ବୃଦ୍ଧି କରାଗଲା ବୋଲି କହିଥିଲେ। ଏହି ନିର୍ଦ୍ଦେଶ ଜାରି କରିବାର କିଛି ଘଣ୍ଟା ପରେ ଶିକ୍ଷା ନିର୍ଦ୍ଦେଶକ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଭୁଶ ବଶତଃ ଏହି ନିର୍ଦ୍ଦେଶ ଜାରି ହୋଇଥିଲା ବୋଲି ସେ କହିଥିଲେ। ଏହା ସହିତ ପରବର୍ତ୍ତୀ ନିଷ୍ପତ୍ତି ରବିବାର ନିଆଯିବ ବୋଲି କହିଥିଲେ। 

School Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe