ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରେ ଦିଆଯିବ ଶୁଖିଲା ରାସନ୍ ସାମଗ୍ରୀ

ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଶୁଖିଲା ରାସନ୍ ସାମଗ୍ରୀ ସେମାନଙ୍କ ଘରେ ପହଂଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

Lokaseva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Wednesday, 30 August 2023
  • Updated: 30 August 2023, 08:49 PM IST

Sports

Latest News

ସ୍କୁଲ ଆସିପାରୁନଥିବା ୬ରୁ ୧୪ବର୍ଷ ବୟସର ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ଶୁଖିଲା ରାସନ୍ ସାମଗ୍ରୀ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ (ଏମଡିଏମ)ରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଂଚାଇବାକୁ ବ୍ୟବସ୍ଥା କରାଯାଉଛି । ଏସବୁ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୩୬୯୪ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି ।

Also Read

ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଶୁଖିଲା ରାସନ୍ ସାମଗ୍ରୀ ସେମାନଙ୍କ ଘରେ ପହଂଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ପିଲାଙ୍କ ପାଖରେ ଶୁଖିଲା ରାସନ୍ ଓ ପାଠ୍ୟପୁସ୍ତକ ପହଂଚାଇବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀମାନଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଂଚଳରେ ଥିବା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏଏନଏମଙ୍କ ସହାୟତା ନେଇପାରିବେ ।

ଏହି ଛାତ୍ରଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନସେଲିଂ ପାଇଁ ନିଆଯିବ । ଏହାସହିତ ସ୍କୁଲ ଆସିପାରୁନଥିବା ଏହି ଛାତ୍ରଛାତ୍ରୀମାନଙ୍କ ଘରକୁ ପ୍ରତିମାସରେ ସ୍କୁଲ ଶିକ୍ଷକ, ବ୍ଲକ ସହଯୋଗୀ ଅଧିକାରୀମାନେ ଯାଇ ସେମାନଙ୍କର ପାଠପଢ଼ା  ଆଦି ତଦାରଖ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story