Advertisment

ମଦ ନିଶାରେ ଶ୍ରେଣୀ ଗୃହ ଆଗରେ ଗଡ଼ୁଛନ୍ତି ପ୍ରଧାନଶିକ୍ଷକ

ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶ ପାଳ ପଞ୍ଚାୟତ ଗରହଡ଼ ବାହାଳରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରଧାନଶିକ୍ଷକ ବସନ୍ତ କୁମାର ମୁଣ୍ଡାଙ୍କୁ ମିଶାଇ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଅଛନ୍ତି।

Teacher

Teacher

Advertisment

ପ୍ରଧାନ ସାରଙ୍କର ମନ ହେଲା! ସେଥିପାଇଁ ବିଦ୍ୟାଳୟ ଆସିଲା ବେଳେ ଟିକେ ହାଲ୍‌କେଇ ଟେକିଦେଇ ଆସିଥିଲେ! ହେଲେ ବିଦ୍ୟାଳୟରେ ପହଞ୍ଚିଲା ବେଳେକୁ ସାରଙ୍କ ମୁଣ୍ଡକୁ ଉଠି ଯାଇଥିଲା ନିଶା। କଷ୍ଟେମଷ୍ଟେ ଗେଟ୍‌ ଖୋଲି ବିଦ୍ୟାଳୟ କ୍ୟାମ୍ପସରେ ପଶିଲେ। ଆଉ ଶ୍ରଣୀ ଗୃହ ସମ୍ମୁଖରେ ତଳେ ପଡ଼ି ବାଉଳି ଚାଉଳି ହେଉଥିଲେ। ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ।

Advertisment

ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶ ପାଳ ପଞ୍ଚାୟତ ଗରହଡ଼ ବାହାଳରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରଧାନଶିକ୍ଷକ ବସନ୍ତ କୁମାର ମୁଣ୍ଡାଙ୍କୁ ମିଶାଇ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଅଛନ୍ତି। ଆଜି ସକାଳେ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ ଶ୍ରୀ ମୁଣ୍ଡା। ବିଦ୍ୟାଳୟ ଆସିଲା ବେଳେ ସେ ନିଶା ସେବନ କରି ଆସିଥିଲେ। ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ନିଶା ତାଙ୍କ ମୁଣ୍ଡକୁ ଉଠି ଯାଇଥିଲା। ସେ ଚାଲିବା ଅବସ୍ଥାରେ ନଥିଲେ। କଷ୍ଟମଷ୍ଟେ ଗେଟ୍‌ ଖୋଲି ବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଯାଇଥିଲେ। ହେଲେ ଶ୍ରେଣୀ ଗୃହ ଓ ଅଫିସ୍‌ର ତାଲା ଖୋଲି ପାରିଲେ ନାହିଁ। ତେଣୁ ସେ ଶ୍ରେଣୀ ଗୃହ ଆଗରେ ନିଶାରେ ଗଡ଼ୁଥିଲେ।

ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ଆସିଥିଲେ। ସେତେବେଳେ ସାର୍‌ଙ୍କ ଏପରି ଅବସ୍ଥା ଦେଖି ପିଲାମାନେ କିଛି ବୁଝି ପାରିନଥିଲେ। ସେମାନେ ସଙ୍ଗେ ସଙ୍ଗେ ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ପାଣି ଛିଞ୍ଚାଛିଞ୍ଚି କରିଥିଲେ। ହେଲେ ନିଶାରେ ଥିବାରୁ ସାର୍‌ ଉଠିବା ଅବସ୍ଥାରେ ନଥିଲେ। ମଦ୍ୟପ ସାରଙ୍କ ଏପରି ଅବସ୍ଥାର ଚିତ୍ରକୁ ଭିଡ଼ିଓରେ କଏଦ କରିଥିଲେ ଅଭିଭାବ। ଆଉ ସେହି ଭିଡିଓକୁ ସୋଶାଲ୍‌ ମିଡ଼ିଆରେ ଛାଡ଼ି ଦେଇଥିଲେ।

Advertisment

ଭିଡିଓ ଭାଇରାଲ୍‌ ହୋଇ ଶିକ୍ଷା ବିଭାଗ ହାତରେ ପଡ଼ିଥିଲା। ଘଟଣାର ତଦନ୍ତ ପାଇଁ ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ ସିଆର୍‌ସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏନେଇ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

School Kendujhar Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe