Advertisment

ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଦେଶର ମହାକାଶ ଅନୁସନ୍ଧାନର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ମହାକାଶ ବିଷୟରେ ଅଧିକ ଜାଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିବା ଏହାର ଉଦ୍ଦେଶ୍ୟ।

ଅଦ୍ୟତନ ହୋଇଛି
Chandrayaan-3

Chandrayaan-3

Advertisment

ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଚନ୍ଦ୍ରଯାନ-୩ ମହାକାଶ ଅଭିଯାନର ସଫଳତା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବେ ଏନେଇ ଏକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚନ୍ଦ୍ରଯାନ ଉପରେ ପୋର୍ଟାଲ ଏବଂ ସ୍ୱତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରିବ। ତା ସହ ଶିକ୍ଷା ସମ୍ବନ୍ଧୀୟ ୱେବସାଇଟ୍ 'ଅପନା ଚନ୍ଦ୍ରଯାନ' ଆରମ୍ଭ କରାଯିବ। 

Advertisment

ଭାରତର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଏହି ପାଠ୍ୟକ୍ରମ ଉପରେ ପ୍ରଚାର ପ୍ରସାର କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅବଗତ କରାଯିବ। ତା ସହିତ ଏହି ସ୍ୱତନ୍ତ୍ର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ଶିକ୍ଷାନୁଷ୍ଠାନମାନଙ୍କୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

Advertisment

ପୂର୍ବରୁ ଚନ୍ଦ୍ରଯାନ-୩ ମହା କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅଂଶଗ୍ରହଣକାରୀମାନେ ଚନ୍ଦ୍ରଯାନ-୩ର ଅଭିଯାନ ଏବଂ ମହାକାଶ ବିଜ୍ଞାନ ବିଷୟରେ ସାଧାରଣ ଜ୍ଞାନର ପରୀକ୍ଷା ଦେଇପାରିବେ। ଦେଶର ମହାକାଶ ଅନୁସନ୍ଧାନର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ମହାକାଶ ବିଷୟରେ ଅଧିକ ଜାଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିବା ଏହାର ଉଦ୍ଦେଶ୍ୟ ରହିଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ୍‌ରେ ପଞ୍ଜିକରଣ କରିପାରିବେ।  

ଚନ୍ଦ୍ରଯାନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସସ୍ଥା (ଇସ୍ରୋ) ସହଯୋଗରେ MyGov ଦ୍ୱାରା ଚନ୍ଦ୍ରଯାନ-୩ ମହା କୁଇଜ ଆୟୋଜନ କରାଯାଉଛି। ଏହି କୁଇଜ୍ ପ୍ରତିଯୋଗିତାରେ ମହାକାଶ ବିଜ୍ଞାନ, ଚନ୍ଦ୍ରଯାନ-୩ ମିଶନ ଏବଂ ମହାକାଶ ଅନୁସନ୍ଧାନ ବିଷୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ବହୁ ପ୍ରଶ୍ନ ଆସିବ। ପ୍ରତି ପ୍ରଶ୍ନରେ ଚାରୋଟି ବିକଳ୍ପ ରହିଛି ଏବଂ ଛାତ୍ରଛାତ୍ରୀଙ୍କୁ ଏହାର ସଠିକ୍ ବିକଳ୍ପ ଚୟନ କରିବାକୁ ପଡ଼ିବ। ଜଣେ ପ୍ରତିଯୋଗୀଙ୍କୁ ୧୦ଟି ପ୍ରଶ୍ନ ପାଇଁ ୩୦୦ ସେକେଣ୍ଡ ସମୟ ମିଳିବ।

ପ୍ରକାଶ ଥାଉକି, ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଏହି ସଫଳତା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଥିଲା। ଚନ୍ଦ୍ରରେ ସଫଳ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମ ଦକ୍ଷିଣ ମେରୁର ତାପମାତ୍ରା ମାପିବା ସହ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଥିଲା। 

ISRO ISRO Moon Mission Chandrayaan-3
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe