Advertisment

୫ଟି ସଚିବଙ୍କ ସଭାରେ ଉଡ଼ିଲା ଚେୟାର!

୫ଟି ସଚିବ ଗଲା ପରେ ସଭା ସ୍ଥଳରେ ଉଡିଥିଲା ଚେୟାର। ଛାତ୍ରଛାତ୍ରୀମାନେ ପରସ୍ପରକୁ ଛେୟାର ଫିଙ୍ଗାଫିଙ୍ଗି କରିଥିଲେ। ଏପରିକି ମୂଥ ମରାମରି ହୋଇଥିଲେ। କହିବାକୁ ଗଲେ କିଛି ସମୟ ପାଇଁ ସଭାସ୍ଥଳ ରଣକ୍ଷେତ୍ର ପାଲଟି ଯାଇଥିଲା।

ଅଦ୍ୟତନ ହୋଇଛି
Sambalpur

Pandian

Advertisment

୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମ୍ୱଲପୁର ସଭାରେ ଉଡ଼ିଲା ଚେୟାର! ସଭା ସରିବା ପରେ ଛାତ୍ରଛାତ୍ରୀ ଚେୟାର ଫିଙ୍ଗାଫିଙ୍ଗି ଓ ମୁଥ ମରାମରି ହେଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ ଏହି ଗଣ୍ଡଗୋଳ କ’ଣ ପାଇଁ ହେଲା, ତାହା ଜଣାପଡ଼ିନଥିଲେ ମଧ୍ୟ ଅଚାନକ ଇଣ୍ଟରନାଲ୍‌ ପରୀକ୍ଷା ବାତିଲ ଯୋଗୁ ସଭାରେ ଏପରି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

Advertisment

୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଶନିବାର ସମ୍ୱଲପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ସେଥିପାଇଁ ଧନକଉଡ଼ାରେ ଆୟୋଜନ ହୋଇଥିଲା ଭବ୍ୟ ସଭା। ସଭାକୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଥିଲା। ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ସଭା ସ୍ଥଳରେ ପହଞ୍ଚି ପ୍ରଥମେ ଉଦ୍‌ବୋଧନ ଦେଇଥିଲେ। ତା’ପରେ ସ୍ୱୟଂସହାୟଗ ଗୋଷ୍ଠୀର ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସଭା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଚାଲି ଯାଇଥିଲେ।

୫ଟି ସଚିବ ଗଲା ପରେ ସଭା ସ୍ଥଳରେ ଉଡିଥିଲା ଚେୟାର। ଛାତ୍ରଛାତ୍ରୀମାନେ ପରସ୍ପରକୁ ଛେୟାର ଫିଙ୍ଗାଫିଙ୍ଗି କରିଥିଲେ। ଏପରିକି ମୂଥ ମରାମରି ହୋଇଥିଲେ। କହିବାକୁ ଗଲେ କିଛି ସମୟ ପାଇଁ ସଭାସ୍ଥଳ ରଣକ୍ଷେତ୍ର ପାଲଟି ଯାଇଥିଲା। ଯାହାର ମାଳ ମାଳ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଭିଡିଓ ଗଉଡ଼ିକ ମୋବାଇଲ୍‌ରୁ ମୋବାଇଲ ଘୂରି ବୁଲୁଛି। ତେବେ ଏହି ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଇଣ୍ଟରନାଲ୍‌ ପରୀକ୍ଷା ବାତିଲ ଯୋଗୁ ହୋଇଥିବା ଆଲୋଚନା ହେଉଛି।

Advertisment

ମିଳିଥିବା ସୂଚନା ମୁତାବକ, ୧୪ ତାରିଖରୁ + ୩ ଇଣ୍ଟରନାଲ୍‌ ପରୀକ୍ଷା ଆରମ୍ଭ ପାଇଁ ଗତ ୧୦ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଅଧ୍ୟକ୍ଷ ନୋଟିସ୍‌ ବାହାର କରିଥିଲେ। ସେଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏପରିକି ଗତ ୧୪ ତାରିଖରେ ଗୋଟିଏ ଇଣ୍ଟରନାଲ୍‌ ପରୀକ୍ଷା ହୋଇଥିଲା। ଆଉ ଦ୍ୱିତୀୟ ଇଣ୍ଟରନାଲ୍‌ ପରୀକ୍ଷା ୧୫ ତାରିଖରେ ହେବାର ଥିଲା। ସେଥିପାଇଁ ପିଲାମାନେ ଆସି ପରୀକ୍ଷା ହଲ୍‌ରେ ବସିଥିଲେ। ହେଲେ ହଠାତ୍‌ ଅଧ୍ୟକ୍ଷ ହଲ୍‌କୁ ଆସି ପରୀକ୍ଷା ହୋଇଛି ବୋଲି ଘୋଷଣା କରିଥିଲେ। ଆଉ ପିଲାମାନଙ୍କୁ ୫ଟି ସଚିବଙ୍କ ସଭାକୁ ଯିବା ପାଇଁ ଅଧ୍ୟକ୍ଷ କହିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହା ପରେ ଛାତ୍ରଛାତ୍ରୀମାନେ କାନମୁଣ୍ଡ ଆଉଁସି ପରୀକ୍ଷା ହଲ୍‌ରୁ ଉଠି ସଚିବଙ୍କ ସଭାରେ ଯୋଗଦେବା ପାଇଁ ଯାଇଥିଲେ।

ଏନ୍‌ଏସ୍‌ସିବି କଲେଜ ଛାତ୍ର ଶୁଭମ ପ୍ରସାଦ ମିଶ୍ର କହିଛନ୍ତି, ୧୪ ତାରିଖରେ ଗୋଟିଏ ଇଣ୍ଟରନାଲ୍‌ ପରୀକ୍ଷା ହୋଇଥିଲା। ଆଉ ଗୋଟିଏ ଗତକାଲି ହେବାର ଥିଲା। ପିଲାମାନେ ପରୀକ୍ଷା ହଲ୍‌ରେ ବସି ଥିଲେ। ହଠାତ୍‌ କଲେଜ ଅଧ୍ୟକ୍ଷ ଆସି କହିଲେ, ପରୀକ୍ଷା ହେବନି। ପରୀକ୍ଷା ବନ୍ଦ କରାଯାଇଛି। ତୁମେମାନେ(ଛାତ୍ରଛାତ୍ରୀ) ସଚିବଙ୍କ ସଭାକୁ ଯାଅ ବୋଲି କହିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ସଚିବଙ୍କ ସଭାକୁ ଯାଇଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Sambalpur Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe