Advertisment

ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ, ବଦଳିଗଲା ପରୀକ୍ଷା ସମୟ

ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଗଲା ପରୀକ୍ଷା।

School

School

Advertisment

ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଗଲା ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ। ସ୍କୁଲ ପରିସରରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ କରାଗଲା ପରୀକ୍ଷା। ଏଥିଯୋଗୁ ପ୍ରଶ୍ନପତ୍ର ଲିକ୍‌ ହେବାର ସମ୍ଭାବନା ଦେଖା ଦେଇଛି। ଏପରି ଏକ ଘଟଣା ସମ୍ବଲପୁରରେ ଘଟିଛି।

Advertisment

ଆଜି ମାନେଶ୍ୱର ବ୍ଲକ ଅନ୍ତର୍ଗତ ମାଲତୀଗୁଣ୍ଡେରପୁର ସରକାରୀ ହାଇସ୍କୁଲରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ସମୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେଉଛି। ପରୀକ୍ଷା ସମୟ ସକାଳ ୧୦ଟା୩୦ରୁ ଦିନ ୧ ଟା ଯାଏ ରହିଛି ।

ମାତ୍ର ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ମାଳତୀ ଗୁଣ୍ଡେରପୁର ସ୍କୁଲରେ ପରୀକ୍ଷା ସମୟକୁ ଘୁଞ୍ଚାଇ ଦିଆଯାଇଛି। ଏପରିକି ଆଜି ସକାଳ ୭ଟା ରୁ ୯ ଟା ୩୦ ଯାଏ ପରୀକ୍ଷା କରାଯାଇଛି।

Advertisment

ସମଗ୍ର ରାଜ୍ୟରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ହେଉଛି। ତେଣୁ କିଛି ସ୍କୁଲ ପିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ଦେଇଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ହେବାର ଆଶଙ୍କା ଦେଖାଦେଇଛି।

ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସେମାନେ ପରୀକ୍ଷା ପରେ ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କଠାରୁ ରଖି ଦେଇଛନ୍ତି । ତେବେ ପରୀକ୍ଷା ଚାଲିଥିବା ବେଳେ କିପରି ଏତେ ବଡ କାର୍ଯ୍ୟକ୍ରମ ସ୍କୁଲ ପରିସରରେ କରିବାକୁ ପ୍ରଶାସନ ଅନୁମତି ଦେଲା ତାହା ବଡ ପ୍ରଶ୍ନ ଠିଆ କରିଛି । ଅନ୍ୟପକ୍ଷରେ, କାର୍ଯ୍ୟକ୍ରମକୁ ଆସୁଥିବା ମହିଳା ମାନେ କେହି ବି କହି ପାରୁ ନାହାନ୍ତି ଯେ ସେମାନେ କାହିଁକି ଆସିଛନ୍ତି ।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe