Advertisment

ଫେକ୍‌ ସାର୍ଟିଫିକେଟରେ ଚାକିରି କରିଥିଲେ ସାର୍‌, ଅବସରର ମାସେ ପୂର୍ବରୁ ଧରାପଡ଼ିଗଲେ

ବନ୍ତ ଅଞ୍ଚଳର ସୁଦର୍ଶନ ଦାସ ୨୦୦୮ ମସିହାରେ ଶିକ୍ଷା ସହାୟକ ଭାବେ ବାସୁଦେବପୁର ବ୍ଲକ୍‌ ବିଣାପଦା ନିରାକାର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ୨୦୧୪ ମସିହାରେ ସେ ରେଗୁଲାର ହୋଇଥିଲେ।

author-image
Manoranjan Sial
Fake Teacher

Bhadrak

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିଲେ ସାର୍‌। ଖାଲି ଚାକିରି କରିନଥିଲେ, ମାସକୁ ମାସ ଦରମା ମଧ୍ୟ ଉଠାଉଥିଲେ। ହେଲେ ଶିକ୍ଷା ବିଭାଗ ପାଖରେ ଏନେଇ କୌଣସି ଖବର ନଥିଲା। ଅବସର ନେବାର ମାସେ ପୂର୍ବରୁ ସାରଙ୍କ ସାର୍ଟିଫିକେଟ୍‌ ଫେକ୍‌ ବୋଲି ଶିକ୍ଷା ବିଭାଗ ଜାଣିବାକୁ ପାଇଲା। ଆଉ ତାଙ୍କୁ ଚାକିରିରୁ ନିଲମ୍ୱିତ କଲା। ଶିକ୍ଷା ବିଭାଗରେ ଏପରି ପାରିବା ପଣିଆ ଅଫିସର ଭଦ୍ରକ ଜିଲ୍ଲାରେ ରହିଛନ୍ତି।

Advertisment

ବନ୍ତ ଅଞ୍ଚଳର ସୁଦର୍ଶନ ଦାସ ୨୦୦୮ ମସିହାରେ ଶିକ୍ଷା ସହାୟକ ଭାବେ ବାସୁଦେବପୁର ବ୍ଲକ୍‌ ବିଣାପଦା ନିରାକାର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ୨୦୧୪ ମସିହାରେ ସେ ରେଗୁଲାର ହୋଇଥିଲେ। ନିଯୁକ୍ତି ବେଳେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଏ ଓ ବିଇଡି ପାସ୍‌ କରିଥିବା ଦର୍ଶାଇଥିଲେ। ହେଲେ ସାର୍‌ଙ୍କ ସାର୍ଟିଫିକେଟ୍‌ ଫେକ୍‌ ବୋଲି ଜାଣିବାକୁ ପାଇଥିଲେ ଆଗରାପଡା ଅଞ୍ଚଳର ବିନୋଦ କୁମାର ଧଳ ସାମନ୍ତ।

୨୦୨୨ ମସିହାରେ ସୁଦର୍ଶନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଜାଣିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପାଖରେ ଆବେଦନ କରିଥିଲେ ଶ୍ରୀ ଧଳ ସାମନ୍ତ। ସୁଦର୍ଶନ ବିଏ ପାସ୍‌ କରିନଥିବା ଜାଣିବାକୁ ପାଇଥିଲେ। ଏହା ପରେ ଅର୍ଥାତ ବର୍ଷେ ତଳେ ଶ୍ରୀ ଧଳସାମନ୍ତ ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

Advertisment

ନିଜ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ବିଇଓ ଅଫିସ୍‌ ବାରମ୍ୱାର ଯାଇ ନିରାଶ ହୋଇଥିଲେ ଶ୍ରୀ ଧଳସାମନ୍ତ। ଶେଷରେ ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ)ରେ ଆଶ୍ରୟ ନେଇଥିଲେ। ଏହା ପରେ ଶିକ୍ଷା ବିଭାଗ ତତ୍ପର ହୋଇଥିଲା। ସୁଦର୍ଶନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରି ଫେକ୍‌ ବୋଲି ଜାଣିବାକୁ ପାଇଥିଲା। ଏନେଇ ଥାନାରେ ଅଭିଯୋଗ କରିବା ସହିତ ସୁଦର୍ଶନଙ୍କୁ ଚାକିରିରୁ ନିଲମ୍ୱିତ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ।

ସବୁଠାରୁ ମଜାଦାର କଥା ହେଉଛି ମାସେ ପରେ ଶିକ୍ଷକ ସୁଦର୍ଶନ ଦାସ ଚାକିରିରୁ ଅବସର ନେବେ। ଜଣେ ଶିକ୍ଷକ ଫେକ୍‌ ସାର୍ଟିଫିକେଟ୍‌ରେ ଚାକିରି କରୁଛନ୍ତି ଓ ମାସକୁ ମାସ ଦରମା ଉଠାଉଛନ୍ତି। ହେଲେ ଶିକ୍ଷା ବିଭାଗର ଅଧିକାରୀମାନେ କେମିତି ଜାଣିପାରୁନଥିଲେ? ଅନ୍ୟପକ୍ଷରେ ସୁଦର୍ଶନଙ୍କ ଫେକ୍‌ ସାର୍ଟିଫିକେଟ୍‌ ନେଇ ବର୍ଷେ ତଳେ ଅଭିଯୋଗ ହୋଇଥିଲା ବେଳେ ଶିକ୍ଷାଗ କଣ ପାଇଁ ଚୁପ୍‌ ବସିଥିଲା?

ରିପୋର୍ଟ-ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Fake Teacher Bhadrak News Bhadrak