Advertisment

ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ମନା, ଆଉ କେଉଁ ନୀତି ପ୍ରସ୍ତୁତ ହୋଇଛି ଜାଣିନିଅନ୍ତୁ

ଅଧିକାରୀ/କର୍ମଚାରୀମାନେ (ଜିଲ୍ଲା କ୍ୟାଡର ସମେତ) ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ। କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବା ଉଚିତ ନୁହେଁ।

author-image
Jitendra Garnayak
Mass Education Dept

Mass Education Dept

ଶିକ୍ଷକଙ୍କ ବ୍ୟତୀତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ କ୍ୟାଡରର ଅଧିକାରୀ/କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ ହୋଇଛି।

Advertisment

ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁଯାୟୀ ଏହି ଅଧିକାରୀମାନଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ। ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଅନ୍ୟ କୌଣସି ସମୟରେ ସେମାନଙ୍କୁ ବଦଳି କରାଗଲେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ତାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

ଯେତେ ଦୂର ସମ୍ଭବ ଅଧିକାରୀମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ଦେବାକୁ ଏଡ଼ାଇ ଦିଆଯିବା ଉଚିତ। ଏକାନ୍ତ ଆବଶ୍ୟକତା କ୍ଷେତ୍ରରେ ଯଦିବା ଜଣେ ଅଧିକାରୀଙ୍କୁ ତାଙ୍କ ଜିଲ୍ଲାରେ ନିଯୁକ୍ତି ଦିଆଯାଏ, ତା’ହେଲେ ତାଙ୍କୁ ତାଙ୍କ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆନଯିବା ଉଚିତ।

Advertisment

ଅଧିକାରୀ/କର୍ମଚାରୀମାନେ (ଜିଲ୍ଲା କ୍ୟାଡର ସମେତ) ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମ୍‌ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ। କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିବା ଉଚିତ ନୁହେଁ। 

ଯେଉଁ ଅଧିକାରୀମାନେ ନିଜ ଚାକିରି ମୋଟ ସମୟରୁ ୫ ବର୍ଷ (ଛୁଟି ଛାଡ଼ି) ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପୂରଣ କରିଥିବେ, ତା’ହେଲେ ସେମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଯେଉଁ ଅଧିକାରୀମାନେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିଯୁକ୍ତି ପାଇଥିବେ, ସେମାନଙ୍କୁ ଚାକିରିର ୧୦ ବର୍ଷ ପୂରଣ କରିବା ପରେ ଅବିଭକ୍ତ କେବିକେ ସହିତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ଦିଆଯିବା ଉଚିତ। ସେହିପରି ପଦୋନ୍ନତି ପାଇବା ପରେ କର୍ମଚାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯିବ। ସେମାନେ ଆଉ ପୂର୍ବସ୍ଥାନରେ ରହିପାରିବେ ନାହିଁ।

ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥା‘ନ୍ତି, ତା’ହେଲେ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେତେ ଦୂର ସମ୍ଭବ ସେମାନଙ୍କୁ ସମାନ ସ୍ଥାନରେ ବା ନିକଟସ୍ଥ ଅଞ୍ଚଳରେ ନିଯୁକ୍ତି ଦିଅଯାଇପାରେ।

ଯେଉଁ ଅଧିକାରୀମାନେ ୨ ବର୍ଷ ଭିତରେ ଅବସର ଗ୍ରହଣ କରିବେ, ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ ବା ସେମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ବଦଳି କରାଯାଇପାରିବ।

କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି କରି ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ବା ଅତିରିକ୍ତ ସଚିବ ସ୍ତରର ଅଧିକାରୀମାନଙ୍କୁ ଏହି କମିଟିଗୁଡ଼ିକର ମୁଖ୍ୟ କରାଯିବ।

Odisha Education Mass Education