Advertisment

ପରୀକ୍ଷା ବିବାଦ: ଉଚ୍ଚସ୍ତରୀୟ କମିଟି ଗଠନ ହେବ କହିଲେ ଶିକ୍ଷାମନ୍ତ୍ରୀ

ଶିକ୍ଷାର୍ଥୀଙ୍କ ସ୍ୱାର୍ଥ ସବୁବେଳେ ସରକାରଙ୍କ ପ୍ରାଥମିକତା ବୋଲି ଶ୍ରୀ ପ୍ରଧାନ ସୂଚିତ କରିଛନ୍ତି।

Dharmendra Pradhan

Dharmendra Pradhan

Advertisment

ନିଟ ପରୀକ୍ଷାରେ ଅନିୟମିତତା ଓ ୟୁଜିସି-ନେଟ ପରୀକ୍ଷା ବାତିଲକୁ ନେଇ ବିବାଦ ତେଜୁ ଥିବା ବେଳେ ଏଥିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘଟଣା ପରେ ସେ ଉଚ୍ଚସ୍ତରୀୟ କମିଟି ଗଠନ ହେବ ବୋଲି କହିଛନ୍ତି। ଏଥିସହ ଶିକ୍ଷାର୍ଥୀଙ୍କ ସ୍ୱାର୍ଥ ସବୁବେଳେ ସରକାରଙ୍କ ପ୍ରାଥମିକତା ବୋଲି ଶ୍ରୀ ପ୍ରଧାନ ସୂଚିତ କରିଛନ୍ତି।

Advertisment

୩୦ ଲକ୍ଷରୁ ଅଧିକ ପିଲା ଏହି ଦୁଇଟି ଯାକ ପରୀକ୍ଷା ଦେଇଛନ୍ତି। ଉଭୟ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ କରାଯାଇଥିଲା। ତେବେ ଉଭୟ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଛି। ଦିଲ୍ଲୀସ୍ଥିତ ଶ୍ରୀ ପ୍ରଧାନଙ୍କ ବାସଭବନ ଆଗରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଥିଲା।

ବିକ୍ଷୋଭ ଓ ଅସନ୍ତୋଷ ବଢ଼ିବା ପରେ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସମସ୍ତ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ସରକାର ଶିକ୍ଷାର୍ଥୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।

Advertisment

ଏଥିରେ କିମ୍ବା ସ୍ୱଚ୍ଛତାରେ ଆମେ କେବେ ହେଲେ ବୁଝାମଣା କରିବୁ ନାହିଁ। ନିଟ୍‌ ପରୀକ୍ଷା କଥା ବିଚାରକୁ ନେଲେ, ଆମେ ବିହାର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ। ପାଟନା ପୁଲିସ୍‌ ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନା ଅନୁସାରେ ତ୍ରୁଟି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି।”

ବିହାରରେ ନିଟ ପ୍ରଶ୍ନପତ୍ର ଲିକ୍‌ ହୋଇଥିବାରୁ ଶ୍ରୀ ପ୍ରଧାନ ସେଠାକାର କଥା କହିଛନ୍ତି। ସେ ଆହୁରି କହିଛନ୍ତି, “ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଥରେ ଆମ ପାଖକୁ ବଳିଷ୍ଠ ପ୍ରମାଣ ଆସି ଯାଉ, ଆମେ ଦୋଷୀଙ୍କୁ ଆଦୌ ଛାଡ଼ିବୁ ନାହିଁ।

ଏନଟିଏ ହେଉ କିମ୍ବା ଏନଟିଏର ବରିଷ୍ଠ ଅଧିକାରୀ ହୁଅନ୍ତୁ, କାହାକୁ ବି ଛଡ଼ା ଯିବନି। ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଆମର ପ୍ରାଥମିକତା। ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି।

ଏହି କମିଟି ଏନଏଟିଏ ଷ୍ଟ୍ରକଚର କେମିତି ବୃଦ୍ଧି କରାଯିବ, ଏହାର କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ସ୍ୱଚ୍ଛତା, ତଥ୍ୟ ଓ ସୁରକ୍ଷା ପ୍ରୋଟକଲ ଆଦିର ପ୍ରସ୍ତାବ ଦେବ। ଆମେ ସବୁବେଳେ ଶୂନ୍ୟ ତ୍ରୁଟି ଯୁକ୍ତ ପରୀକ୍ଷା ଚାହୁଁ। କମିଟିରେ ଟେକ୍ନୋକାର୍ଟ, ବୈଜ୍ଞାନିକ, ଶିକ୍ଷା ପ୍ରଶାସକ, ଶିକ୍ଷାବିତ ପ୍ରମୁଖ ରହିବେ।”

Dharmendra Pradhan NEET NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe