Advertisment

ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ: ଲକ୍ଷାଧିକ ଟଙ୍କା ଠକି ନେଲା ମହାଠକ, ପାଉନି ପୁଲିସ୍‌

ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ରା ବିଶ୍ୱବିଦ୍ୟାଳୟରେ ବିଇଡିରେ ନାଁ ଲେଖାଇ ଦେବାକୁ କହି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ନାଗରାଜ ଗାଁ ଶ୍ୟାମନ୍ତ କୁମାର ଭୋଇ ପିଲାଙ୍କଠାରୁ ଟଙ୍କା ନେଇଥିଲେ।

author-image
Manoranjan Sial
Fraud

Fraud

ବିଇଡିରେ ନାଁ ଲେଖାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିନେଲା ମହାଠକ। ଏନେଇ ହୋଇଯୋଗ ହୋଇଥିଲେ ମଧ୍ୟ ପୁଲିସ୍‌ ତାଙ୍କୁ ଧରିପାରୁନି। ଯାହାକୁ ନେଇ ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଆଜି ଛାତ୍ରଛାତ୍ରୀମାନେ ବରଗଡ ଅତିରିକ୍ତ ଏସ୍‌ପିଙ୍କୁ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଗୁହାରୀ କରିଛନ୍ତି।

Advertisment

ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ରା ବିଶ୍ୱବିଦ୍ୟାଳୟରେ ବିଇଡିରେ ନାଁ ଲେଖାଇ ଦେବାକୁ କହି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ନାଗରାଜ ଗାଁ ଶ୍ୟାମନ୍ତ କୁମାର ଭୋଇ ପିଲାଙ୍କଠାରୁ ଟଙ୍କା ନେଇଥିଲେ। ପିଲାଙ୍କ ପିଛା ସେ ୩୫୦୦୦ ଟଙ୍କା ଓ ସାର୍ଟିଫିକେଟ୍‌ ନେଇଥିଲେ। ଏପରିକି ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ପାଠ ମଧ୍ୟ ପଢ଼ାଇ ଥିଲେ। ବର୍ଷସାରା ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ିଥିଲେ।

ପରୀକ୍ଷା ସମୟ ଆସିବାରୁ ଶ୍ୟାମନ୍ତ ସବୁ ପିଲାଙ୍କୁ ଗତ ୧୬ ତାରିଖରେ ବରଗଡ଼ ରେଲୱେ ଷ୍ଟେସନକୁ ଆସିବାକୁ କହିଥିଲେ। ଏହା ପରେ ସବୁ ପିଲାମାନେ ବେଡିଂ ପତ୍ର ଧରି ଷ୍ଟେସନ୍‌ରେ ପହଞ୍ଚିଥିଲେ। ହେଲେ ଶ୍ୟାମନ୍ତଙ୍କ ଦେଖା ମିଳିନଥିଲା। ଦୀର୍ଘ ସମୟ ଧରି ପିଲାମାନେ ଅପେକ୍ଷା କରିବା ପରେ ବରଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଶ୍ୟାମନ୍ତଙ୍କ ଅଫିସରେ ଚଢଉ କରି ୫୧ ଜଣ ପିଲାଙ୍କ ସିଏଲ୍‌ସି ଓ ସିର୍ଟିଫିକେଟ୍‌ ଉଦ୍ଧାର କରିଥିଲା। ତେବେ ଆହୁରି ଅନେକ ପିଲା ସାର୍ଟିଫିକେଟ୍‌ ଓ ସିଏଲ୍‌ସି ପାଇନାହାନ୍ତି। ଏହି ଠକାମୀରେ ବରଗଡ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରୁ ଶତାଧିକ ପିଲା ଶିକାର ହୋଇଥିବା ଜଣାପଡ଼ିଛି।

Advertisment
Fraudବରଗଡ଼ ଅତିରିକ୍ତ ଏସ୍‌ପିଙ୍କ ସହିତ ପିଲାମାନେ ଆଲୋଚନା କରୁଛନ୍ତି

ସେପଟେ ଅଭିଯୁକ୍ତ ଶ୍ୟାମନ୍ତଙ୍କୁ ପାଉନଥିବାରୁ ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଆଜି ଛାତ୍ରଛାତ୍ରୀମାନେ ବରଗଡ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଫେରିଛି।

ରିପୋର୍ଟ-ବରଗଡ଼ରୁ ଦୀପକ କୁମାର ଶର୍ମା

Odisha Education Fraud BARAGADA