Advertisment

ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ପୂର୍ବରୁ କେତେ ପାଉଥିଲେ, ଏବେ କେତେ ପାଇବେ?

Injection

Injection

Advertisment

ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି ରାଜ୍ୟ ସରକାର। ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଡି’ ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ସେମାନେ ମାସିକ ୨୫୦ ଟଙ୍କା ଷ୍ଟାଇପେଣ୍ଡ ପାଉଥିଲେ। ସେହିପରି ଏଏନ୍‌ଏମ୍‌ଙ୍କ ମାସିକ ଷ୍ଟାଇପେଣ୍ଡ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ BSC ନର୍ସିଂ (ଇଣ୍ଟର୍ନଶିପ୍‌)ଙ୍କ ଷ୍ଟାଇପେଣ୍ଡ ୫ ହଜାର ଟଙ୍କା ଓ ଏମ୍‌ଫିଲ୍‌ (କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କ) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ଏଏନ୍‌ଏମ୍‌ ମାନେ ମାସିକ ୧୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଉଥିବା ବେଳେ BSC ନର୍ସିଂ (ଇଣ୍ଟର୍ନଶିପ୍‌) କରୁଥିବା ଛାତ୍ରଛାତ୍ରୀମାନେ ୨୫୦୦ ଏବଂ କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କରେ ଏମ୍‌ଫିଲ୍‌ କରୁଥିବା ଛାତ୍ରଛାତ୍ରୀମାନେ ମାସିକ ୭୦୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ପାଉଥିଲେ।

Advertisment

ଷ୍ଟାଇପେଣ୍ଡ ବଢ଼ିଥିବାରୁ ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବେ ଓ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତରେ ଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ ବଢ଼ାଇବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ଚଲାଇଛନ୍ତି, ଯେମିତି କି ବିଏସ୍‌ସି ନର୍ସିଂ, ଏଏନ୍‌ଏମ୍‌ (Auxiliary Nursing & Midwifery) କୋର୍ସ, ଫାର୍ମାସୀରେ ଡିପ୍ଲୋମା, କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍ ସୋସିଆଲ ୱାର୍କରେ ଏମ୍‌ଫିଲ୍‌। ଏହି ପାଠ୍ୟକ୍ରମ ପଢ଼ିବା ସମୟରେ ଛାତ୍ରଛାତ୍ରୀଙ୍କୁ ସରକାର ଷ୍ଟାଇପେଣ୍ଡ ପ୍ରଦାନ କରୁଛନ୍ତି। ଆଉ ଏହି ପାଠପଢ଼ା ସମୟରେ ଏହି ଛାତ୍ରଛାତ୍ରୀମାନେ ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେବା କାର୍ଯ୍ୟରେ ମଧ୍ୟ ନିୟୋଜିତ ହୁଅନ୍ତି।

Stipend Pharmacy Nursing Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe