Student
ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ୍ ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ସ୍ପଷ୍ଟ ଆଡମିଶନର ଶେଷ ତାରିଖ ଜୁଲାଇ ୩୧ତାରିଖ ଥିବାବେଳେ ଏହାକୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଜୁନିୟର କଲେଜ ପ୍ରିନ୍ସିପାଲଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।
ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କେତେକ ଭାଗରେ ଖରାପ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ ତାରିଖକୁ ଅଗଷ୍ଟ ୩ତାରିଖ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେଣୁ ସ୍ପଷ୍ଟ ଆଡମିଶନ୍ ପ୍ରକ୍ରିୟା ଜୁଲାଇ ୩୧ତାରିଖ ପରିବର୍ତ୍ତେ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଯୁକ୍ତ ଦୁଇ ଶ୍ରେଣୀରେ ସ୍ପଷ୍ଟ ଆଡମିଶନ ପାଇଁ ମେରିଟ୍ ତାଲିକା ଜୁଲାଇ ୨୭ତାରିଖରେ ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ପ୍ରଥମ ମେରିଟ୍ ଲିଷ୍ଟ ଜୁଲାଇ ୬ ଓ ଦ୍ୱିତୀୟ ମେରିଟ ଲିଷ୍ଟ ଜୁଲାଇ ୧୯ତାରିଖରେ ପ୍ରକାଶ ପାଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Student_1689762413.jpg)