Advertisment

ସରକାରଙ୍କୁ ଘାରିଲା ମାଟ୍ରିକ ଡ୍ରପ୍ ଆଉଟ୍ ଚିନ୍ତା, ମାଗିଲେ ରିପୋର୍ଟ

ଚଳିତ ବର୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କ ତାଲିକା ଡିଇଓମାନଙ୍କୁ ମଗାଯାଇଛି । ଏନେଇ ଆସନ୍ତା ୯ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Matric Exam

Matric Exam

Advertisment

ଆଉ ୨ ମାସ ପରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ମାତ୍ର ଏହା ପୂର୍ବରୁ ସରକାରଙ୍କୁ ଘାରିଲାଣି ମାଟ୍ରିକ ଡ୍ରପ୍‌ ଆଉଟ୍‌ଙ୍କ ଚିନ୍ତା। ଆଗୁଆ ସଜାଗ ହେଲାଣି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।

Advertisment

ଚଳିତ ବର୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କ ତାଲିକା ଡିଇଓମାନଙ୍କୁ ମଗାଯାଇଛି । ଏନେଇ ଆସନ୍ତା ୯ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ବିଦ୍ୟାଳୟରେ କେତେ ଛାତ୍ରଛାତ୍ରୀ ଷାଣ୍ମାସିକ ପରୀକ୍ଷା ଦେଇନାହାନ୍ତି, ତାର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି।

କେଉଁ କାରଣରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି ତାର ତଥ୍ୟ ମଧ୍ୟ ଆସନ୍ତା ୯ ତାରିଖ ସୁଦ୍ଧା ଧାର୍ଯ୍ୟ ଫର୍ମାଟରେ ଦାଖଲ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ଏଥର ପୁଣି ପୁରୁଣା ଢାଞ୍ଚାରେ ହେବ ପରୀକ୍ଷା। ଶତ ପ୍ରତିଶତ ସିଲାବସ୍‌କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ଓ ପିଲାମାନେ ଶହେ ମାର୍କର ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।  

ଏଥିସହ  ଚଳିତ ବର୍ଷ ପରୀକ୍ଷାକୁ ଅଧିକ ସହଜ କରିବାକୁ ପରିକ୍ଷାର୍ଥୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷାନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ସେମାନେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରି ପାରିବେ। 

Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe