Advertisment

ଯୁକ୍ତ ଦୁଇ ଶ୍ରେଣୀ ଥିବା ହାଇସ୍କୁଲରେ ୯୦୨ଟି ନୂଆ ପଦବୀକୁ ମଞ୍ଜୁରୀ

୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଥିବା ବେଳେ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

undefined

Lokaseva Bhaban

Advertisment

ଚଳିତ ଶିକ୍ଷାବର୍ଷରେ ରାଜ୍ୟର ଯେଉଁ ୧୦୬ଟି ହାଇସ୍କୁଲରେ ଯୁକ୍ତ ଦୁଇ ପାଠ୍ୟକ୍ରମର ସୁବିଧା ଉପଲବ୍ଧ ହୋଇଛି, ସେଗୁଡ଼ିକ ପାଇଁଁ ରାଜ୍ୟ ସରକାର ମୋଟ ୯୦୨ଟି ନୂଆ ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଥିବାବେଳେ ଖୁବଶୀଘ୍ର ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

Advertisment

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଥିବା ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଏହି ୯୦୨ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି । ଏଥିରେ ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଟଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ରହିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ୧୦୬ ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି । ସେହିପରି ପ୍ରତି ଉନ୍ନୀତ ହାଇସ୍କୁଲରେ ଅଫିସ କାର୍ଯ୍ୟ, ଲାବ୍ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Advertisment
Job Vacancy Odisha Jobs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe