Advertisment

୧୧ ଜିଲ୍ଲାରେ ଶତପ୍ରତିଶତ, ବାକି ଜିଲ୍ଲାରେ ୬୦% ଚାଲିଛି ପ୍ରାଥମିକ ସ୍କୁଲ: ସରକାର, ମିଛ କହି ଭଣ୍ଡୁର ଉଦ୍ୟମ କରୁଛନ୍ତି କହିଲା ସଂଘ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ରାଜ୍ୟର ୮ଟି ରାଜ୍ୟସ୍ତରୀୟ ଶିକ୍ଷକ ସଂଘ ଏବେ ମିଳିତ ଭାବେ ଯେଉଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ବ୍ୟାନରରେ ଏକଜୁଟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି, ତା’ର ଉପଦେଷ୍ଟା ଭାବେ ଶାସକ ଦଳର ୨ଜଣ ବିଧାୟକ ଓ ଜଣେ ମେୟର କାର୍ଯ୍ୟ କରୁଛନ୍ତି ।

undefined

Teacher

Advertisment

୩ ଦଫା ଦାବି ନେଇ ୧୩ତାରିଖରୁ ସମୂହ ଛୁଟିରେ ରହି ଶିକ୍ଷକମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜୋରଦାର କରିଛନ୍ତି । ପ୍ରଥମେ ନାଲିଆଖି ଓ ଗତକାଲି ୩ଟି ଅନ୍ୟ ପ୍ରାଥମିକ ଶିକ୍ଷକ ସଂଘକୁ ଆଗକୁ ଆଣି ଜାରି ରହିଥିବା ଆନ୍ଦୋଳନକୁ ଭଣ୍ଡୁର ପାଇଁ ଉଦ୍ୟମ କରିଥିବା ରାଜ୍ୟ ସରକାର ଆଜି ରାଜ୍ୟରେ ଶିକ୍ଷକ ଆନ୍ଦୋଳନର ବିଶେଷ ପ୍ରଭାବ ପଡ଼ିନି ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ରାଜ୍ୟର ୧୧ଟି ଜିଲ୍ଲାର ସରକାରୀ ପ୍ରାଥମିକ ସ୍କୁଲରେ ଶତପ୍ରତିଶତ ପାଠପଢ଼ା ଚାଲୁଥିବାବେଳେ ବାକି ଜିଲ୍ଲାଗୁଡ଼ିକରେ ୬୦ ପ୍ରତିଶତ ସ୍କୁଲରେ ପାଠପଢ଼ା ହେଉଛି ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଦମ୍ଭୋକ୍ତି ବାଢ଼ିଥିବାବେଳେ ରାଜ୍ୟ ସରକାର ମିଛ କହି ଆନ୍ଦୋଳନକୁ ଭଣ୍ଡୁର ପାଇଁ ଉଦ୍ୟମ କରୁଛନ୍ତି ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦାବିର ସମାଧାନ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ବସିଥିବା ୮ଟି ଶିକ୍ଷକ ସଂଘର ରାଜ୍ୟ ଷ୍ଟିୟରିଂ କମିଟି ବୈଠକ  ରେ ନିଷ୍ପତ୍ତି ହୋଇଛି ।

Advertisment

ସୂଚନା ଅନୁସାରେ, ନିଜର ୩ଦଫା ଦାବି ନେଇ ଗତ ୮ତାରିଖରୁ ଧାରଣା ଓ ୧୩ତାରିଖରୁ ସମୂହ ଛୁଟିରେ ରହି ପ୍ରାୟେ ୧.୩୦ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଥିବାରୁ ପ୍ରାଥମିକ ସ୍କୁଲଗୁଡ଼ିକରେ ତାଲା ଝୁଲୁଛି ଓ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି ।  ତେବେ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରାଥମିକଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ଏକ ବୟାନ ଅନୁସାରେ, ରାଜ୍ୟର ୧୧ଟି ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କାର୍ଯ୍ୟ ଶତପ୍ରତିଶତ ଜାରି ରହିଛି । ବାକି ଜିଲ୍ଲାଗୁଡ଼ିକରେ ପ୍ରାୟତଃ ୬୦ ପ୍ରତିଶତ ପ୍ରାଥମିକ ସ୍କୁଲ କାର୍ଯ୍ୟ କରୁଛି । ସେହିପରି ରାଜ୍ୟରେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ନିଜ କାର୍ଯ୍ୟରେ ଯୋଗଦାନ କରି ପାଠପଢ଼ା ଜାରି ରଖିଛନ୍ତି । ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଙ୍କ ସହ ବାରମ୍ବାର ଆଲୋଚନାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ବ୍ୟାନରରେ ୮ଟି ଶିକ୍ଷକ ସଂଘ ନିଜର ୩ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସଂଯୋଜକ ଜ୍ୟୋତିରଞ୍ଜନ ମିଶ୍ର ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ରାଜ୍ୟ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବାକୁ ନିଷ୍ପତ୍ତି ହୋଇଛି । ଆନ୍ଦୋଳନ ଯୋଗୁ ରାଜ୍ୟରେ ପ୍ରାଥମିକ ସ୍କୁଲଗୁଡ଼ିକରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ସରକାର ମିଛ ତଥ୍ୟ ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆନ୍ଦୋଳନ ଯୋଗୁ ୪୫ହଜାର ପ୍ରାଥମିକ ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି । ହାତଗଣତି ସ୍କୁଲ କେଉଁଠି କାଁ ଭାଁ ଖୋଲିଥିବ । ମଧ୍ୟାହ୍ନଭୋଜନ (ଏମଡିଏମ)ପୋର୍ଟାଲରେ ଦୈନିକ ତଥ୍ୟ ଅପଲୋଡ୍ କରାଯାଇପାରୁନି, ସ୍କୁଲ ଚାଲୁନଥିବାରୁ ଏସବୁ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ସମ୍ଭବପର ହେଉନି । ତେଣୁ ସରକାର ସ୍କୁଲ ଚାଲିବାକୁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । କେବଳ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପ୍ରୟାସ କରୁଛନ୍ତି । ଆଗକୁ ବିଧାନସଭା ଅଧିବେଶନ ଅଛି ଓ ସେହି ସମୟରେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Advertisment

ତେବେ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ ପ୍ରାୟ ୫୭ହଜାର ପ୍ରାଥମିକ ସ୍କୁଲ ରହିଛି । ଏସବୁ ସ୍କୁଲରେ କାର୍ଯ୍ୟରତ ପ୍ରାୟ ୧.୩୦ଲକ୍ଷ ଶିକ୍ଷକ-ଶିକ୍ଷୟିତ୍ରୀ ଏବେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ।

Letterରାଜ୍ୟର ୮ଟି ରାଜ୍ୟସ୍ତରୀୟ ଶିକ୍ଷକ ସଂଘ ଏବେ ମିଳିତ ଭାବେ ଯେଉଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ବ୍ୟାନରରେ ଏକଜୁଟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି, ତା’ର ଉପଦେଷ୍ଟା ଭାବେ ଶାସକ ଦଳର ୨ଜଣ ବିଧାୟକ ଓ ଜଣେ ମେୟର କାର୍ଯ୍ୟ କରୁଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ରାଜ୍ୟର ୮ଟି ରାଜ୍ୟସ୍ତରୀୟ ଶିକ୍ଷକ ସଂଘ ଏବେ ମିଳିତ ଭାବେ ଯେଉଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ବ୍ୟାନରରେ ଏକଜୁଟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି, ତା’ର ଉପଦେଷ୍ଟା ଭାବେ ଶାସକ ଦଳର ୨ଜଣ ବିଧାୟକ ଓ ଜଣେ ମେୟର କାର୍ଯ୍ୟ କରୁଛନ୍ତି । ବିଜେଡି ବିଧାୟକ ଅମରପ୍ରସାଦ ଶତପଥୀ ଓ ଅନନ୍ତ ନାରାୟଣ ଜେନା ଏବଂ କଟକ ମେୟର ସୁବାସ ସିଂ ଏହି ଫେଡେରେସନର ଉପଦେଷ୍ଟା ରହିଥିଲେ ମଧ୍ୟ ଶିକ୍ଷକମାନେ ସମୂହ ଛୁଟିରେ ଯିବା ଭଳି ନିଷ୍ପତ୍ତି କିପରି ନେଲେ ଓ ସେମାନଙ୍କ ଆନ୍ଦୋଳନ ୯ଦିନରେ ପହଂଚିବା ପଛରେ ଏହି ବିଜେଡ଼ି ନେତାମାନଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ସରକାରଙ୍କ ସହ ଶିକ୍ଷକମାନଙ୍କ ଆଲୋଚନା ଓ ଦାବିର ସମାଧାନ ଦିଗରେ ଏହି ବିଜେଡି ନେତାମାନେ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହା ମଧ୍ୟ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନେ ଗ୍ରେଡ୍ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ଦାବିରେ ସେପ୍ଟେମ୍ବର ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

Teachers' Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe