କେମିତି ଅଛି ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ: ୧୫ ପର୍ଯ୍ୟନ୍ତ ଚାଲିବ ସର୍ଭେ, ସବୁ ସରକାରୀ ସ୍କୁଲ ସାମିଲ

ରାଜ୍ୟର ମୋଟ ପ୍ରାୟ ୬୧୯୦୦ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ସର୍ଭେ କରାଯାଉଛି ।

Teacher

Representational Image

Ordigital Desk
  • Published: Thursday, 05 October 2023
  • Updated: 05 October 2023, 08:27 PM IST

ରାଜ୍ୟରେ ଏବେ ସମସ୍ତ ସରକାରୀ ସ୍କୁଲରେ ଶିକ୍ଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସର୍ଭେ କାର୍ଯ୍ୟକ୍ରମ ଜାରି ରହିଛି । ଏହି ସର୍ଭେରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ମୋଟ ପ୍ରାୟ ୬୧ହଜାର ସ୍କୁଲ ସାମିଲ୍ ହୋଇଛନ୍ତି । ଚଳିତମାସ ୧୫ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଜାରି ରହିବ । ଏହି ସର୍ଭେ ମାଧ୍ୟମରେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ୨.୦୭ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମାନସିକ ସ୍ଥିତି କିଭଳି ରହିଛି ତାହା ଜାଣିବାକୁ ପ୍ରୟାସ କରାଯାଉଛି । ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାବଧାନ ଅନୁସାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ମନୋଦର୍ପଣ’ କାର୍ଯ୍ୟକ୍ରମ ଆଧାରରେ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେ ଚାଲିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଜ୍ୟ ସରକାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେରେ ସବୁ ସରକାରୀ ସ୍କୁଲ ଯେଭଳି ସାମିଲ ହେବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ ଗତମାସରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଏହି ସର୍ଭେରେ ରାଜ୍ୟର ସରକାରୀ ସ୍କୁଲର ଶିକ୍ଷକମାନଙ୍କ ସାମିଲ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ । ଏହି ସର୍ଭେ କେନ୍ଦ୍ର ସରକାରଙ୍କୁ ଶିକ୍ଷକମାନଙ୍କୁ ସହାୟତା ଓ ସେମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଓ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଯେହେତୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଶିକ୍ଷକମାନଙ୍କ ଭୂମିକା ରହିଥାଏ ତେଣୁ ସେମାନଙ୍କ ଚିନ୍ତାକୁ ଜାଣିବା ସହ ଶୈକ୍ଷିକ ବାତାବରଣ ଉପରେ ସେମାନଙ୍କ ସମ୍ଭାବ୍ୟ ପ୍ରଭାବକୁ ସ୍ୱୀକୃତି ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ମନ୍ତ୍ରଣାଳୟ ‘ମନୋଦର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ୍ ମହାମାରୀ ସମୟରେ ଓ ତା’ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସେମାନଙ୍କ ପରିବାରର ମାନସିକ ସ୍ୱାସ୍ଥ୍ୟରେ ସୁଧାର ନିମନ୍ତେ ମନସ୍ତାତ୍ତ୍ୱିକ ସହାୟତା ପ୍ରଦାନ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ତେଣୁ ଏହି ଆଧାରରେ ଦେଶର ବିଭିନ୍ନ ଭାଗରେ ଶିକ୍ଷକମାନଙ୍କ ଏହି ମାନସିକ ସ୍ୱାସ୍ଥ୍ୟ ସର୍ଭେ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

Also Read

ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁଗଲ ଲିଙ୍କ୍ ପ୍ରଦାନ କରାଯାଇଛି । ଏହି ଅନଲାଇନ୍ ଲିଙ୍କ୍ ମାଧ୍ୟମରେ ସେଥିରେ ଥିବା ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ କୁହାଯାଇଛି । ସରକାରୀ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନେ ଉକ୍ତ ଗୁଗଲ ଲିଙ୍କକୁ ଯାଇ ସେଥିରେ ଥିବା ଫର୍ମକୁ ପୂରଣ କରିବାକୁ କୁହାଯାଇଛି । ଏହି ଫର୍ମଗୁଡ଼ିକ ନିଶ୍ଚିତ ଭାବେ ଚଳିତମାସ ୧୫ତାରିଖ ସୁଦ୍ଧା ପୂରଣ ହେବା ଜରୁରୀ ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ପ୍ରାୟ ୬୧୯୦୦ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ସର୍ଭେ କରାଯାଉଛି । ରାଜ୍ୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକରେ ପ୍ରାୟ ୫୩.୬୮ଲକ୍ଷ ଛାତ୍ରଛାତ୍ରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୫.୭୫ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କୁ ପ୍ରାୟ ୨.୦୭ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story