କାର୍ଯ୍ୟକାରୀ ହେବ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା:ଜାଣନ୍ତୁ, କେଉଁମାନେ ହେବେ ଉପକୃତ

୨୦୨୪-୨୫ରେ ଏହି ଯୋଜନା ଅଧୀନରେ ୧୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି।

CM

‍‍ବିଧାନସଭାରେ ବଜେଟ ଉପସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Jitendra Garnayak
  • Published: Thursday, 25 July 2024
  • Updated: 25 July 2024, 07:12 PM IST

Sports

Latest News

ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂଆ ଯୋଜନା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ନୂଆ ବିଜେପି ସରକାର। ଆଜି ବିଧାନସଭାରେ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ବେଳେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

Also Read

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଜେଟ ଉପସ୍ଥାପନ ବେଳେ କହିଥିଲେ, ସ୍କୁଲ୍ ଡ୍ରପ୍‌ଆଉଟ୍ ହାର ସାଧାରଣତଃ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଆଦିବାସୀ ସଂପ୍ରଦାୟ ମଧ୍ୟରେ ଏକ ଚିନ୍ତାର ବିଷୟ। ଆଦିବାସୀ ଅଞ୍ଚଳରେ ଦାରିଦ୍ର୍ୟ, ଦୁର୍ବଳ ଭିତ୍ତିଭୂମି ଓ ସୀମିତ ସମ୍ବଳ ଭଳି ସାମାଜିକ-ଅର୍ଥନୈତିକ କାରଣଗୁଡ଼ିକ ହେଉଛି ଡ୍ରପ୍‌ ଆଉଟ୍ ସମସ୍ୟାର କେତେକ ପ୍ରମୁଖ କାରଣ। ପ୍ରାଥମିକ ଶ୍ରେଣୀରୁ ମାଧ୍ୟମିକ ଶ୍ରେଣୀ ଓ ପୁନଶ୍ଚ ମାଧ୍ୟମିକ ଶ୍ରେଣୀରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ମଧ୍ୟରେ ସ୍କୁଲ ଡ୍ରପ୍‌ଆଉଟ୍ ହାରକୁ ରୋକିବା ପାଇ ରାଜ୍ୟ ସରକାର ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଦ୍ୱାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ତେଣୁ ମୁଁ ବଜେଟ ଆକଳନ ୨୦୨୪-୨୫ରେ ଏହି ଯୋଜନା ଅଧୀନରେ ୧୫୬ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ଦେଉଛି। ଏତଦ୍‌ ବ୍ୟତୀତ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି,ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ନିମନ୍ତେ ଚଳିତ ବର୍ଷ ବଜେଟରେ ୧୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ରାଜ୍ୟ ସରକାର ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମ ଶିକ୍ଷା ପ୍ରଦାନ କରିବା ପାଇଁ ଗୋଦାବରୀଣ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି। ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ସହିତ ସରକାର ‘ମୋ ସ୍କୁଲ’କୁ ବନ୍ଦ କରି ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୨୦୨୪-୨୫ରେ ୩୩୨ ଟଙ୍କା ଆବଣ୍ଟନ କରିବେ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story