ଚଳିତ ଶିକ୍ଷାବର୍ଷରୁ ହାଇସ୍କୁଲ ପିଲା ପଢ଼ିବେ କୋଡିଂ ଓ ଆଇଟି

ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା(ଆଇଟି) ଓ କୋଡିଂ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Coding

Reprsentational Image

Ordigital Desk
  • Published: Friday, 14 July 2023
  • Updated: 14 July 2023, 09:41 PM IST

Sports

Latest News

ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ‘କୌଶଳୀ’ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ପ୍ରଦାନ କରାଯିବ । ସେଥିପାଇଁ ବିଜ୍ଞାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ କହିଛି ।

ସୂଚନା ଅନୁସାରେ, ପିଲାମାନଙ୍କୁ ପ୍ରଯୁକ୍ତିବିଦ୍ୟା(ଆଇଟି) ଓ କୋଡିଂ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରର ୩ଟି ହାଇସ୍କୁଲରେ ଗତକାଲିଠୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବ୍ଲକସ୍ତରରୁ ୮୯ଜଣ ବିଜ୍ଞାନ ଶିକ୍ଷକଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ସାମିଲ କରାଯାଇଛି । ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବିଜ୍ଞାନ ଶିକ୍ଷକମାନଙ୍କୁ ଏହି ମୁଖ୍ୟ ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ଦେବେ ବୋଲି ଜଣାପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ‘ମୋ ସ୍କୁଲ’ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି ।

Also Read

ହାଇସ୍କୁଲଗୁଡିକରେ ସ୍କୁଲ କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ କରାଯାଉଛି । ପାଠ୍ୟକ୍ରମରେ ୪ଟି ସ୍କୁଲ କ୍ଲବ୍‌ (କ୍ରୀଡାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା) ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ସଫଳ ପରିଚାଳନା ପାଇଁ ଏବେ ମୁଖ୍ୟ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ରାଜ୍ୟସ୍ତରରେ ଦିଆଯାଉଛି । ଗତ ସପ୍ତାହରେ କ୍ରୀଡ଼ାଙ୍ଗନ କ୍ଲବ ନିମନ୍ତେ ପ୍ରଶିକ୍ଷଣ ଶେଷ ହୋଇଛି । ଏବେ କୌଶଳୀ କ୍ଲବର ପ୍ରଶିକ୍ଷଣ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକରୁ ଜଣେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ମୁଖ୍ୟ ପ୍ରଶିକ୍ଷକମାନେ ବ୍ଲକସ୍ତରରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ । ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ସହଭାଗିତାରେ ‘ମୋ ସ୍କୁଲ’ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story