Advertisment

ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର; ଗୃହ ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା

ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Teacher

Teacher

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର। ଗୃହ ନିର୍ମାଣ ପାଇଁ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଟଙ୍କା ଦେବେ ସରକାର। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।

Advertisment

ଚିଠିରେ ଉଲ୍ଲେଖ ରହିଛି ଯେ, ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀମାନେ ଯଦି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ କରୁଥିବେ କିମ୍ବା  ନିର୍ମିତ ହୋଇଥିବା କୋଠା କିଣିବା ଲାଗି ଚାହୁଁଥିବେ ତାଙ୍କୁ ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ ଦାଖଲ କରିବା ପାଇଁ କୁହାଯାଇଛି। 

ତେବେ ଏହା କେବଳ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି। ଏନେଇ ଖୁସି ବ୍ୟକ୍ତ କରିଛନ୍ତି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ। 

Advertisment
Odisha Govt Bjp High School Teacher