Advertisment

କଲେଜରେ ହେବ ଭୋଟର ପଞ୍ଜିକରଣ: ଯୁବ ଭୋଟରଙ୍କ ଉପରେ ନଜର, ବିରୋଧୀ ଘେରିଲେ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗତ ଜୁଲାଇ ୨୦ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନଗୁଡ଼ିକ ମାଧ୍ୟମରେ ଭୋଟର ପଞ୍ଜିକରଣ ହାର ବୃଦ୍ଧି କରାଇବାକୁ କହିଛନ୍ତି ।

author-image
Ordigital Desk
undefined

Vikram Dev Autonomous College

 ରାଜ୍ୟରେ ଯୁବ ଭୋଟର ସଂଖ୍ୟା ବୃଦ୍ଧି ପାଇଁ କଲେଜଗୁଡ଼ିକରେ ସ୍ୱତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରାମର୍ଶରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପସଚିବ ରମେଶ ଚନ୍ଦ୍ର ବେହେରା ୩ ଦିନ ତଳେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ ଓ ବେସରକାରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଭୋଟର ପଞ୍ଜିକରଣ ବୃଦ୍ଧି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

Advertisment

ଶ୍ରୀ ବେହେରା ତାଙ୍କ ଚିଠିରେ ଦେଶ ନିର୍ମାଣ ପ୍ରକ୍ରିୟାରେ ସାମିଲ ହେବା ଓ ଭୋଟ ଦାନ ଅଧିକାରର ଉପଯୋଗ ନିମନ୍ତେ ଯୁବ ଭୋଟର ପଞ୍ଜିକରଣ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଶିକ୍ଷାନୁଷ୍ଠାନରେ ଏହି ଭୋଟର ପଞ୍ଜିକରଣ ପାଇଁ ଏନଏସଏସ୍ ପ୍ରୋଗ୍ରାମ ଅଫିସର, ୱାଇଆରଏସ୍ କାଉନସେଲର, ଏନସିସି ଅଫିସରମାନେ ସ୍ୱତନ୍ତ୍ର ଆଗ୍ରହ ଦେଖାଇ ଯୁବ ଭୋଟରମାନଙ୍କ ମଧ୍ୟରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗତ ଜୁଲାଇ ୨୦ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନଗୁଡ଼ିକ ମାଧ୍ୟମରେ ଭୋଟର ପଞ୍ଜିକରଣ ହାର ବୃଦ୍ଧି କରାଇବାକୁ କହିଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପ୍ରକ୍ରିୟା ପରେପରେ ସ୍ୱତନ୍ତ୍ର ଅଭିଯାନ କରି ଭୋଟର ପଞ୍ଜିକରଣ କରାଇବା ପାଇଁ କହିଛନ୍ତି । ନୂଆ ଭୋଟର ପଞ୍ଜିକରଣ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆଡ଼ମିଶନ ଫର୍ମ ସହ ଏହି ଭୋଟର ପଞ୍ଜିକରଣ ଫର୍ମ ଦେବାକୁ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀ ଚାହିଁଲେ ଭୋଟର ହେଲପଲାଇନ୍ ଆପ୍ ମାଧ୍ୟମରେ ୍‌ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ଯେଉଁମାନଙ୍କର ବୟସ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ବର୍ଷ ବୟସ ହୋଇଥିବ ସେମାନେ ଏହି ଭୋଟର ପଞ୍ଜିକରଣରେ ସାମିଲ ହୋଇପାରିବେ ।

Advertisment

ଅନ୍ୟପକ୍ଷରେ କଂଗ୍ରେସ ଅଭିଯୋଗ କରିଛି ଯେ, ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ସରକାର ଏବେ ନୂଆ ଭୋଟରଙ୍କ ଉପରେ ନଜର ପକାଇଛନ୍ତି । ସେମାନଙ୍କୁ ଆକୃଷ୍ଟ କରିବାକୁ ଏଭଳି ବ୍ୟବସ୍ଥା । ତେବେ ନୂଆ ଭୋଟର ଏଥିରେ ଫସିବେନି ଓ ଶାସକ ବିଜେଡିକୁ ୨୦୨୪ ସାଧାରଣ ନିର୍ବାଚନ ଜବାବ ଦେବେ ବୋଲି କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି କହିଛନ୍ତି ।

ସେହିପରି ବିଜେପି ମୁଖପାତ୍ର ତଥା ରାଜ୍ୟ ଉପସଭାପତି ବିରଞ୍ôଚ ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ନେତୃତ୍ୱ ନେବାର କଳା ଯେଉଁଠୁ ଶିଖିବା କଥା, ଭବିଷ୍ୟତରେ ଦେଶର ନେତୃତ୍ୱ ଯେଭଳି ଯୁବବର୍ଗ ନେଇପାରିବେ ସେ କଥାକୁ ବିଜେଡି ସରକାର ବାଟରେ ଅଟକାଇଛନ୍ତି । ଆଉ ଯୁବ ଭୋଟରମାନେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବାଧିକ ଆକୃଷ୍ଟ ହୋଇଥିବାରୁ ସେମାନଙ୍କୁ ବିଭ୍ରାନ୍ତ କରିବାକୁ ଏହା ଏକ ନାଟକ ବୋଲି ସେ କହିଛନ୍ତି ।

ତେବେ ପିଲାମାନେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କଲେଜ କ୍ୟାମ୍ପସରେ ଭୋଟର ପଞ୍ଜିକରଣର ସୁବିଧା ରହିଲେ ଅଧିକ ପିଲା ଏହାର ଫାଇଦା ନେଇପାରିବେ ବୋଲି କହିଛନ୍ତି ।

Odisha Education