Advertisment

ବିନା ଶିକ୍ଷକରେ ଖୋଲିଲା ଉଚ୍ଚ ମାଧ୍ୟମିକ ସ୍କୁଲ, କେମିତି ହେବ ପାଠପଢ଼ା?

୨୦୨୨-୨୩ ମସିହାରେ ଭାରତ ସରକାରଙ୍କ ଶିକ୍ଷା ବିଭାଗର ପ୍ରୋଜେକଟ ଆପ୍ରୁଭାଲ ବୋର୍ଡ (pab ) ଦ୍ୱାରା ସମଗ୍ର ଶିକ୍ଷା ଅଭିଯାନରେ ଓଡ଼ିଶାର ୫୭ଟି ଉଚ୍ଚ ବିଦ୍ୟାଳୟକୁ ଅପଗ୍ରେଡ କାରାଯାଇଥିଲା।

Higher Secondary School Open

Higher Secondary School Open

Advertisment

ଗ୍ରୀଷ୍ମ ଅବକାଶ ପରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍କୁଲ ଓ କଲେଜର ଛୁଟି ସରିଛି। ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସ୍କୁଲ ଓ କଲେଜକୁ ଯାଉଛନ୍ତି। କିନ୍ତୁ ଜିଲ୍ଲାର ତେଲକୋଇ ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରୀଷ୍ମ ଅବକାଶ ପରେ ସ୍କୁଲ ଖୋଲା ଯାଥିଲେ ମଧ୍ୟ ନାଁ ଏଠି ଅଛନ୍ତି ଶିକ୍ଷକ ନାଁ ଏଠାକୁ ଆସୁଛନ୍ତି ଛାତ୍ର ଛାତ୍ରୀ।

Advertisment

ଏହି ସ୍କୁଲରେ ୯ମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ତେବେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବାକୁ ନାହାନ୍ତି କୌଣସି ଶିକ୍ଷକ। ଫଳରେ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ନାହାନ୍ତି।

୨୦୨୨-୨୩ ମସିହାରେ ଭାରତ ସରକାରଙ୍କ ଶିକ୍ଷା ବିଭାଗର ପ୍ରୋଜେକଟ ଆପ୍ରୁଭାଲ ବୋର୍ଡ (pab ) ଦ୍ୱାରା ସମଗ୍ର ଶିକ୍ଷା ଅଭିଯାନରେ ଓଡ଼ିଶାର ୫୭ଟି ଉଚ୍ଚ ବିଦ୍ୟାଳୟକୁ ଅପଗ୍ରେଡ କାରାଯାଇଥିଲା। ସ୍କୁଲରେ କଳା ପାଠ୍ୟକ୍ରମର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା।

Advertisment

ସେତେବେଳେ ସରକାରଙ୍କ ନିର୍ଦ୍ଦେଶ ଆନୁଯାୟୀ, ଛାତ୍ରଛାତ୍ରୀଙ୍କ ନାମ ଲେଖା ସହିତ ଅତିଥି ଶିକ୍ଷକ ନିଯୁକ୍ତି କରାଯାଇଥିଲା। ଏହିକ୍ରମରେ ତେଲକୋଇ ବ୍ଲକ ଗୋଲାବନ୍ଧ ଗାଁ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୬ଜଣ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ପ୍ରଥମ ବର୍ଷ ଶିକ୍ଷାଦାନ ଠିକ ଠାକ ଚାଲିଥିଲା। କିନ୍ତୁ ଏସବୁ ଭିତରେ ସରକାରଙ୍କ ପକ୍ଷରୁ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।

ଚଳିତ ବର୍ଷ ଏପ୍ରିଲ ୨୫ ତାରିଖରେ ଯେତେବେଳେ ଗ୍ରୀଷ୍ମ ଛୁଟି ଘୋଷଣା ହେଲା ସେତେବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ସମସ୍ତ ୫୭ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଅତିଥି ଶିକ୍ଷକଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ନିଯୁକ୍ତି ପାଇଥିବା ଅତିଥି ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଥିଲା।

ଏବେ ସ୍କୁଲ ଖୋଲିଛି କିନ୍ତୁ ଦ୍ଵାଦଶ ପାଠ ପଢାଇବାକୁ କେହି ଶିକ୍ଷକ ନାହାନ୍ତି। ପୁଣି ଥରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଦେଇ ଚୟନ କରାଗଲେ ବହୁ ବିଳମ୍ବ ହେବ। ଫଳରେ ଛାତ୍ରଛାତ୍ରୀ ବହୁ କ୍ଷତି ସହିବେ। ତେଣୁ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ସରକାର ସ୍ଥାୟୀ ଶିକ୍ଷକ ନ କଲା ପର୍ଯ୍ୟନ୍ତ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ପୁନଃ ନିଯୁକ୍ତି କାରାଯାଉ। ଏହାଦ୍ୱାରା ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇପାରିବ ବୋଲି ଅବିଭାବକମାନେ ଦାବି କରିଛନ୍ତି।

Odisha Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe