Advertisment

କାହିଁକି ବନ୍ଦ ହେବ ୧୭୯ ବର୍ଷ ପୁରୁଣା ଐତିହାସିକ ବିଶ୍ୱବିଦ୍ୟାଳୟ?

୧୭୯ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

USA

USA

Advertisment

ଅନେକ ଇତିହାସର ମୁକସାଖୀ ପାଲଟିଛି। ବଡ଼ବଡ଼ ମେଧାବୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାର ଦେଖିଛି। ଅନେକ ଲୋକଙ୍କ ପରିବାରର ପେଟକୁ ଦାନ ଦେଇଛି। ହେଲେ ଏବେ ସ୍ଥିତି ବଦଳି ଯାଇଛି। ୧୭୯ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବିଶ୍ୱବିଦ୍ୟାଳୟର ଅବସ୍ଥା ଏବେ ସଂଗୀନ। ସ୍ଥିତି ଏପରି ହୋଇଛି ଯେ ଐତିହାସିକ ଲିମଷ୍ଟୋନ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି।

Advertisment

ଆମେରିକାର ଦକ୍ଷିଣ କାରୋଲିନା ସ୍ଥିତ ଗାଫନେର ଖ୍ରୀଷ୍ଟିୟାନ ବିଶ୍ୱବିଦ୍ୟାଳୟ ହେଉଛି ଲିମଷ୍ଟୋନ ବିଶ୍ୱବିଦ୍ୟାଳୟ। ଏହା ୧୮୪୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ଦକ୍ଷିଣ କାରୋଲିନାର ଏହା ପ୍ରଥମ ମହିଳା କଲେଜ ଭାବେ ବେଶ ଖ୍ୟାତି ମଧ୍ୟ ଅର୍ଜନ କରିଥିଲା। ପ୍ରଥମେ କଲେଜ ପରେ ଏହା ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା। କିନ୍ତୁ ଏହି ୧୭୯ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ସ୍ଥିତି ଏପରି ହୋଇଛି ଯେ କ୍ୟାମ୍ପସରେ ପିଲାଙ୍କୁ ପାଠପଢ଼ାଇବା ବିଶ୍ୱବିଦ୍ୟାଳୟ ପକ୍ଷରେ ଆଉ ସମ୍ଭବ ହେଉନାହିଁ। ଏବେ ଲିମଷ୍ଟୋନ ବିଶ୍ୱବିଦ୍ୟାଳୟକୁ ଚାଲୁ ରଖିବା ପାଇଁ ଜରୁରିକାଳୀନ ଭିତ୍ତିରେ ୬ ମିଲିୟନ ଡଲାରର ଆବଶ୍ୟକ ରହିଛି। ଏହି ଅର୍ଥ ବଳରେ ବର୍ତ୍ତମାନର ସେମିଷ୍ଟରକୁ ଛାଡ଼ି କର୍ତ୍ତୃପକ୍ଷ କ୍ୟାମ୍ପସରେ ପିଲାମାନଙ୍କୁ ପାଠପଢ଼ାଇବାକୁ ସକ୍ଷମ ହୋଇପାରିବେ। ପାଣ୍ଠି ନ ମିଳିଲେ ବୋର୍ଡ ଟ୍ରଷ୍ଟିମାନେ ବାଧ୍ୟ ହୋଇ ସଂପୂର୍ଣ୍ଣ ଅନଲାଇନ ବ୍ୟବସ୍ଥା ଆପଣାଇବେ କିମ୍ବା ପ୍ରତିଷ୍ଠାନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବେ। ଏପ୍ରିଲ ୨୨ ବା ଆଜି ଏ ସମ୍ପର୍କରେ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଆର୍ଥିକ ସଙ୍କଟ ଯୋଗୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରବର୍ତ୍ତୀ ୧୭୫ ଦିନ ନାଁରେ ଗୋଟିଏ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଆର୍ଥିକ ସ୍ଥିତିକୁ ସୁଧାରିବା ଓ ଦୀର୍ଘ ସମୟ ଧରି ସ୍ଥିରତା ବଜାୟୀ ରଖିବା ପାଇଁ କର୍ତ୍ତୃପକ୍ଷ ପାଣ୍ଠି ଯୋଗାଣ ଅଭିଯାନ ଜରିଆରେ ୨୦ ମିଲିୟନ ଡଲାର ଅର୍ଥ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯଦି ପାଣ୍ଠି ଯୋଗାଡ଼ ହୋଇପାରିବ ନାହିଁ, ତା’ହେଲେ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଯିବ।

ଏହାଦ୍ୱାରା ଏଠାରେ ଶିକ୍ଷା ଗ୍ରହଣ କରୁଥିବା ପ୍ରାୟ ୧ ହଜାର ଶିକ୍ଷାର୍ଥୀ ପ୍ରଭାବିତ ହେବେ। ଏହାବାଦ ବିଶ୍ୱବିଦ୍ୟାଳୟରେ ପାଠପଢ଼ାଉ ଥିବା ୩୦୦ କର୍ମଚାରୀ ଜୀବିକା ହରାଇବେ। ସେହିପରି ସ୍ଥାନୀୟ ଅର୍ଥନୀତି ଓ ସ୍ଥାନୀୟ ଲୋକମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। କାରଣ ସ୍ଥାନୀୟ ଲୋକ ବିଶ୍ୱବିଦ୍ୟାଳୟର ଆଖପାଖରେ ନିଜର ବ୍ୟବସାୟୀ କରି ପରିବାର ଚଳାଉଥିଲେ।

ଲିମଷ୍ଟୋନ ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ ଟ୍ରଷ୍ଟିର ଅଧ୍ୟକ୍ଷ ରାନଡଲ ରିଚାର୍ଡସନ କହିଛନ୍ତି, “ଲିମଷ୍ଟୋନ ସବୁବେଳେ ପିଲାମାନଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ସିଧାସଳଖ ବର୍ତ୍ତମାନ ପାଠପଢ଼ୁଥିବା ପିଲାଙ୍କ ସହ ଯୋଡ଼ି ହୋଇ ସେମାନଙ୍କୁ ସଫଳତାର ସହ ସେମାନଙ୍କ ଶିକ୍ଷାଗତ ଯାତ୍ରାକୁ ଶେଷ କରିବାରେ ସହଯୋଗ କରୁଛୁ। ଆମେ ପୃଥକ ପୃଥକ ଭାବେ ପିଲାମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସହ ଶିକ୍ଷା ଶେଷ କରିବାର ବିଭିନ୍ନ ବିକଳ୍ପ ସମ୍ପର୍କରେ କଥାବାର୍ତ୍ତା ଚଳାଇଛୁ।”

ବିଶ୍ୱବିଦ୍ୟାଳୟ ସଂପୂର୍ଣ୍ଣ ବନ୍ଦ ହେବାର ଅର୍ଥ ସମସ୍ତ ପ୍ରକାରର ଇନ ପର୍ସନ ଶିକ୍ଷା ବ୍ୟବସ୍ଥା ଉପରେ ରୋକ ଲାଗିବ ଓ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଯଥା ଖେଳକୁଦ ମଧ୍ୟ ବନ୍ଦ ହୋଇଯିବ। ଯଦି ଅନଲାଇନ ମୋଡକୁ ବିଶ୍ୱବିଦ୍ୟାଳୟ ଯାଉଛି, ତେବେ ପିଲାମାନେ ପାରମ୍ପରିକ କଲେଜ କ୍ୟାମ୍ପସ ଅଭିଜ୍ଞା ପାଇବାରୁ ବଞ୍ଚିତ ହେବେ।

ରିଚାର୍ଡସନ କହିଛନ୍ତି, “ଲିମଷ୍ଟୋନର ଲକ୍ଷ୍ୟ ହେଲା ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ବଜାୟୀ ରଖିବା। ବୋର୍ଡ ଏହାକୁ ଗୁରୁତ୍ୱ ଦେଇ ଆସୁଛି। କ୍ୟାମ୍ପସ ବ୍ୟତୀତ ଅନଲାଇନରେ ମଧ୍ୟ ବିଶ୍ୱବିଦ୍ୟାଳୟ ଶିକ୍ଷା ପ୍ରଦାନ କରିଥାଏ। କିନ୍ତୁ ଆର୍ଥିକ ସ୍ଥିତି ଯୋଗୁ ଆମ ପାଖରେ ସମସ୍ତ ପ୍ରକାରର କାର୍ଯ୍ୟକ୍ରମକୁ ଅନଲାଇନକୁ ସ୍ଥାନାନ୍ତର କରିବା ଛଡ଼ା ଆଉ କୌଣସି ଉପାୟ ନାହିଁ। ଏହାର ଅର୍ଥ କ୍ୟାମ୍ପସରେ ଆଉ କୌଣସି ପ୍ରକାରର ଶାରିରୀକ ସୁବିଧା ମିଳିବ ନାହିଁ।”

୧୭୯ ବର୍ଷ ପୁରୁଣା ପ୍ରତିଷ୍ଠାନ ଅନଲାଇନ ଡିଗ୍ରୀ କାର୍ଯ୍ୟକ୍ରମ ଜାରି ରଖିବାକୁ ଲକ୍ଷ୍ୟ ରଖିଛି। ଇନଷ୍ଟିଚ୍ୟୁସନର ଅନଲାଇନ ଅଭିବୃଦ୍ଧି ଭଲ ରହିଛି ଓ ଏହା ଦୀର୍ଘ କାଳୀନ ସ୍ଥିରତାରେ ସହାୟତା କରିବ।

USA University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe