Advertisment

ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶ, ପାସ୍ ହାରରେ ଆଗରେ ଛାତ୍ରୀ

ଦଶମରେ ୯୯.୦୮% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
ICSE Students

ICSE Students

ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ। ଚଳିତ ବର୍ଷ ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମରେ ୯୯.୦୮% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

Advertisment

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମ୍ (CISCE) ICSE ଦଶମ ଓ ଦ୍ୱାଦଶ ଫଳାଫଳ ପ୍ରକାଶ କରିଛି। ପ୍ରାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ http.//www.cise.org., କ୍ୟାରିଅର୍ ପୋର୍ଟାଲ୍ ଏବଂ DigiLocker ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ମୋଟ ୨,୪୩,୬୧୭ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିମଧ୍ୟରୁ ୨,୪୨,୩୨୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୧,୨୯,୬୧୨ (୯୯.୩୧%) ଛାତ୍ର ପାସ୍ କରିଥିବା ବେଳେ ୧,୧୨,୭୧୬ (୯୯.୬୫%) ଛାତ୍ରୀ ପାସ୍ କରିଛନ୍ତି।

Advertisment

ଯଦି ଆମେ ପାସ୍ ହାର ଦେଖିବା ତେବେ ଛାତ୍ରଙ୍କ ତୁଳନାରେ ଆଗରେ ରହିଛନ୍ତି ଛାତ୍ରୀ। ଉତ୍ତର ରାଜ୍ୟରେ ଫେଲ୍ ହାର ଅଧିକ ଥିବାବେଳେ ପଶ୍ଚିମାଞ୍ଚଳ ରାଜ୍ୟରେ ପାସ୍ ହାର ଅଧିକ ରହିଛି। ସେହିପରି ଦକ୍ଷିଣାଞ୍ଚଳ ରାଜ୍ୟରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। 

ତେବେ ରେଜଲ୍ଟ ଘୋଷଣା ସମୟରେ ମଧ୍ୟ ବୋର୍ଡ ପକ୍ଷରୁ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁନଃପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଆସନ୍ତା ଜୁଲାଇରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ।  

Board Exam ICSE Result Result