Advertisment

ନିଟ-ୟୁଜି ପରୀକ୍ଷା: ଗୋଟିଏ ପ୍ରଶ୍ନର ୨ଟି ଉତ୍ତର, ସମୀକ୍ଷା କରିବ ଆଇଆଇଟି ଦିଲ୍ଲୀ

ନିଟ-ୟୁଜି ପରୀକ୍ଷାର ରସାୟନ ବିଜ୍ଞାନରେ ଏମିତି ଏକ ପ୍ରଶ୍ନ ପଡ଼ିଥିଲା, ଯାହାର ୪ଟି ବିକଳ୍ପ ମଧ୍ୟରୁ ୨ଟି ଠିକ ଉତ୍ତର ଥିଲା।

NEET

NEET

Advertisment

ରସାୟନ ବିଜ୍ଞାନର ଗୋଟିଏ ବିବାଦୀୟ ପ୍ରଶ୍ନର ୨ଟି ଉତ୍ତରର ସମୀକ୍ଷା କରିବା ପାଇଁ ଆଇଆଇଟି ଦିଲ୍ଲୀକୁ ଗୋଟିଏ ପ୍ୟାନେଲ ଗଠନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସର୍ବୋର୍ଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନିଟ-ୟୁଜି ପରୀକ୍ଷାର ରସାୟନ ବିଜ୍ଞାନରେ ଏମିତି ଏକ ପ୍ରଶ୍ନ ପଡ଼ିଥିଲା, ଯାହାର ୪ଟି ବିକଳ୍ପ ମଧ୍ୟରୁ ୨ଟି ଠିକ ଉତ୍ତର ଥିଲା। ତା’ ମଧ୍ୟରୁ ଯଦି କେହି ଗୋଟିଏ ଉତ୍ତରକୁ ଚୟନ କରିଥିଲେ, ତାଙ୍କୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ମାର୍କ ଦେଇଥିଲା।

ଏହାକୁ କିଛି ଶିକ୍ଷାର୍ଥୀ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ପ୍ରଶ୍ନର ଉତ୍ତରକୁ ଗ୍ରହଣ କରାଯିବ କି ପ୍ରତ୍ୟାଖ୍ୟାନ କରାଯିବ, ସେହି ଆଧାରରରେ ଚୂଡ଼ାନ୍ତ ମେରିଟ ଲିଷ୍ଟ ଜାରି କରିବାକୁ ଆବେଦନ କରାଯାଇଛି।

Advertisment

ଆଜି ଶୁଣାଣି ବେଳେ ନିଟ-ୟୁଜି ଆଶାୟୀଙ୍କ ଜଣେ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏନଟିଏ ପେପର ଲିକଙ୍କୁ ସ୍ୱୀକାର କରିଛି ଓ ଏହାର ପ୍ରସାର ହ୍ୱାଟସଆପ ଦ୍ୱାରା କରାଯାଇଛି।

ସେହିପରି ଶନିବାର ଏନଟିଏ ପକ୍ଷରୁ ସହର ୱାରୀ ଓ କେନ୍ଦ୍ର ୱାରୀ ଜାରି କରାଯାଇଥିବା ପରୀକ୍ଷା ରେଜଲ୍ଟରୁଚ ଜଣାପଡ଼ିଛି ଯେ ପେପର ଲିକ ଓ ଅନ୍ୟ ଅନିୟମିତତାରୁ ଫାଇଦା ହାସଲ କରିଥିବା ପିଲାମାନେ ଭଲ କରି ପାରି ନାହାନ୍ତି। କିନ୍ତୁ କିଛି ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ପିଲା ଭଲ ପ୍ରଦର୍ଶନ କରିଛନ୍ତି। ଏଥିରୁ କେନ୍ଦ୍ର ୱାରୀ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି।

ସୁପ୍ରିମକୋର୍ଟ ଆସନ୍ତାକାଲି ମଧ୍ୟ ନିଟ-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଶୁଣାଣି କରିପାରନ୍ତି।

NEET UG Exam 2024 NEET NEET Result Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe