Advertisment

NIRF Ranking 2025: ଆଇଆଇଟି ମାଡ୍ରାସ ୭ମ ଥର ପାଇଁ ୧ନଂ, ପୂରା ତାଲିକା ପଢ଼ନ୍ତୁ

ମୋଟ ଉପରେ ଆଇଆଇଟି ମାଡ୍ରାସ NIRF Ranking 2025ରେ ପୁଣି ଦେଶରେ ୧ନଂ ସ୍ଥାନ ଦଖଲ କରିଛି। ଏହାକୁ ମିଶାଇ ୭ମ ଥର ପାଇଁ ଆଇଆଇଟି ମାଡ୍ରାସ ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି।

ଅଦ୍ୟତନ ହୋଇଛି
IIT

IIT

Advertisment

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (NIRF Ranking 2025) ଜାରି କରାଯାଇଛି। ଏହା ଭାରତୀୟ ଉଚ୍ଚ ଶିକ୍ଷା ରାଙ୍କିଙ୍ଗର ୧୦ମ ସଂସ୍କରଣ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ମଣ୍ଡପମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ସାର୍ବଜନୀନ କରିଛନ୍ତି।

Advertisment

ଚଳିତ ବର୍ଷ ଏନଆଇଆରଏଫ ୧୭ଟି ବର୍ଗରେ ଶିକ୍ଷାନୁଷ୍ଠାନର ପ୍ରଦର୍ଶନକୁ ବିଚାର କରି ରାଙ୍କିଙ୍ଗ ଜାରି କରିଛି। ଓଭରଅଲ, ବିଶ୍ୱବିଦ୍ୟାଳୟ, କଲେଜଳ, ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ମେଡିକାଲ, ଡେଣ୍ଟାଲ, ଆଇନ, ଆର୍କିଟେକଚର ଓ ପ୍ଲାନିଂ, କୃଷି, ଇନୋଭେସନ, ଓପନ ୟୁନିଭର୍ସିଟି, ସ୍କିଲ ୟୁନିଭର୍ସିଟି, ଷ୍ଟେଟ ପବ୍ଲିକ ୟୁନିଭର୍ସିଟି ଭଳି ବର୍ଗରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ରାଙ୍କିଙ୍ଗରେ ସାମିଲ କରାଯାଇଛି।

ଓଭରଅଲ ବା ମୋଟ ଉପରେ ଆଇଆଇଟି ମାଡ୍ରାସ NIRF Ranking 2025ରେ ପୁଣି ଦେଶରେ ୧ନଂ ସ୍ଥାନ ଦଖଲ କରିଛି। ଏହାକୁ ମିଶାଇ ୭ମ ଥର ପାଇଁ ଆଇଆଇଟି ମାଡ୍ରାସ ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି। ଏହି ବର୍ଗର ଦ୍ୱିତୀୟ ସ୍ଥାନରେ ଆଇଆଇଏସ୍‌ ବେଙ୍ଗାଲୁରୁ ଓ ତୃତୀୟରେ ଆଇଆଇଟି ବମ୍ବେ ରହିଛି। ଟପ ୯ରେ ଜେଏନୟୁ ରହିଥିବା ବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୧୦ ନମ୍ବରେ ଅଛି।

Advertisment

ମ୍ୟାନେଜମେଣ୍ଟ ବର୍ଗରେ ପୁଣିଥରେ ବାଜି ମାରିଛି ଆଇଆଇଏମ ଅହମଦାବାଦ। ଦେଶର ସର୍ବଶ୍ରେଷ୍ଠ ବ୍ୟବସାୟିକ ଶିକ୍ଷାନୁଷ୍ଠାନର ମାନ୍ୟତା ଆଇଆଇଏମ ଅହମଦାବାଦକୁ ମିଳିଛି। ଦ୍ୱିତୀୟରେ ଆଇଆଇଏମ ବେଙ୍ଗାଲୁରୁ ରହିଥିବା ବେଳେ ତୃତୀୟରେ ରହିଛି ଆଇଆଇଏମ କୋଝିକୋଡ।

ଆର୍କିଟେକଚର ଓ ପ୍ଲାନିଂ ବର୍ଗରେ ଆଇଆଇଟି ଋରକୀ ୧ନଂରେ, ଏନଆଇଟି କଲିକଟ ଦ୍ୱିତୀୟ ଓ ଆଇଆଇଟି ଖଡଗଡ଼ପୁର ତୃତୀୟ ସ୍ଥାନରେ ରହିଛି। ଏହି ବର୍ଗର ୫ମ ସ୍ଥାନରେ ଜାମିଆ ମିଲିଆ ଇସଲାମିଆ ମଧ୍ୟ ଅଛି।

ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ୍‌ ବେଙ୍ଗାଲୁରୁର ଦବାଦବା ଦେଖିବାକୁ ମିଳିଛି। ଆଇଆଇଏସ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ବର୍ଗର ୧ନଂରେ ରହିଥିବା ବେଳେ ଦିଲ୍ଲୀର ଜେଏନ୍‌ୟୁ ଦ୍ୱିତୀୟ, ମନିପାଲ ଏକାଡେମୀ ଅଫ ହାଇଅର ଏଡୁକେସନ ତୃତୀୟ, ଜାମିଆ ମିଲିଆ ଇସଲାମିଆ ୪ର୍ଥ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୫ମରେ ରହିଛି। ଷ୍ଟେଟ ପବ୍ଲିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ।

ଫାର୍ମାସୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ଜାମିଆ ହମଦରଦ ୧ନଂରେ ରହିଥିବା ବେଳେ ଦ୍ୱିତୀୟରେ ବର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଓ ସାଇନ୍ସ ରହିଛି। ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛି।

ଶ୍ରେଷ୍ଠ କଲେଜଗୁଡ଼ିକ ତାଲିକାର ୧ନଂରେ ହିନ୍ଦୁ କଲେଜ, ଦ୍ୱିତୀୟରେ ମିରାଣ୍ଡା ହାଉସ ଓ ତୃତୀୟରେ ହଂସ ରାଜ କଲେଜ ରହିଛି। ଆଇନ ବର୍ଗର ୧ନଂ ସ୍ଥାନରେ ବେଙ୍ଗାଲୁରୁର ନ୍ୟାଶନାଲ ଲ’ ସ୍କୁଲ ଅଫ ଇଣ୍ଡିଆ ୟୁନିଭର୍ସିଟି, ଦ୍ୱିତୀୟରେ ଦିଲ୍ଲୀର ନ୍ୟାଶନାଲ ଲ’ ୟୁନିଭର୍ସିଟି ଓ ତୃତୀୟରେ ହାଇଦ୍ରାବାଦର ନାଲସର ୟୁନିଭର୍ସିଟି ଅଫ ଲ’ ଅଛି।

ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗର ଟପ ୧ରେ ଆଇଆଇଟି ମାଡ୍ରାସ, ୨ନଂରେ ଆଇଆଇଟି ଦିଲ୍ଲୀ ଓ ୩ନଂରେ ଆଇଆଇଟି ବମ୍ବେ ରହିଛି। ଦେଶର ଟପ ୩ ମେଡିକାଲ ଶିକ୍ଷାନୁଷ୍ଠାନ ତାଲିକାରେ ଏମ୍ସ, ଚଣ୍ଡିଗଡ଼ର ପିଜିଆଇଏମଇଆର ଓ ଭେଲ୍ଲୋରର ସିଏମସି ଯଥାକ୍ରମେ ୧ନଂ, ୨ନଂ ଓ ୩ ନଂ ସ୍ଥାନରେ ରହିଛନ୍ତି।

IIT IIT Madras
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe