ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା।
ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ ।
ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ । ଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ।
Well-done @cbseindia29. This is a laudatory step towards encouraging education in mother tongue and Indian languages in schools. #NEPInAction https://t.co/U8sM8JBeyM
— Dharmendra Pradhan (@dpradhanbjp) July 21, 2023
ସର୍କୁଲାରରେ କୁହାଯାଇଛି, ଜାତୀୟ ଶିକ୍ଷା ନୀତି ୨୦୨୦ରେ ଘରୋଇ ଭାଷା, ମାତୃଭାଷା, ସ୍ଥାନୀୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି ଗୁରୁତ୍ୱ ଦିଆଯାଇଛି । ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।
ଏସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ଛାତ୍ରଛାତ୍ରୀମାନେ ପାଠକୁ ଭଲ ଭାବେ ବୁଝିପାରିବେ। ତେବେ ଏଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ, ଯିଏ ଚାହିଁବ ଆଞ୍ଚଳିକ ଭାଷାରେ ପାଠପଢ଼ାର ବିକଳ୍ପ ବାଛିପାରିବେ।
अपने सभी विद्यालयों में बालवाटिका से कक्षा 12वीं तक भारतीय भाषाओं में शिक्षा का विकल्प उपलब्ध कराने के लिए सीबीएसई को बधाई देता हूँ।
— Dharmendra Pradhan (@dpradhanbjp) July 21, 2023
NEP की परिकल्पना के अनुरूप यह विद्यालयों में भारतीय भाषा आधारित शिक्षा को बढ़ावा देगा। शिक्षा में बेहतर outcomes की दिशा में यह एक अच्छी शुरुआत… pic.twitter.com/dhivp0rHzs
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।