Advertisment

ସିବିଏସ୍‌ଇ ସ୍କୁଲରେ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ

CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE ।

ଅଦ୍ୟତନ ହୋଇଛି
representational image

representational image

Advertisment

ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା।

Advertisment

ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ ।

ଏହାଦ୍ୱାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ । ଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ। 

Advertisment

ସର୍କୁଲାରରେ କୁହାଯାଇଛି, ଜାତୀୟ ଶିକ୍ଷା ନୀତି ୨୦୨୦ରେ ଘରୋଇ ଭାଷା, ମାତୃଭାଷା, ସ୍ଥାନୀୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି ଗୁରୁତ୍ୱ ଦିଆଯାଇଛି । ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।

ଏସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ଛାତ୍ରଛାତ୍ରୀମାନେ ପାଠକୁ ଭଲ ଭାବେ ବୁଝିପାରିବେ। ତେବେ ଏଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ, ଯିଏ ଚାହିଁବ ଆଞ୍ଚଳିକ ଭାଷାରେ ପାଠପଢ଼ାର ବିକଳ୍ପ ବାଛିପାରିବେ। 

Indian Education System Odia Language
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe