Advertisment

ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା ଓଏସ୍‌ଏସ୍‌ସି

ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ।

ଅଦ୍ୟତନ ହୋଇଛି
representational image

representational image

Advertisment

ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ। ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି। ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି।

Advertisment

ସେପଟେ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଯେ, ଗତ ୧୬ ତାରିଖରେ ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ଗିରଫ ୯ ଜଣ ଯୁବକ JE ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ସେମାନେ ପ୍ରଶ୍ନପତ୍ର ପିଛା ପିଲାଙ୍କ ଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ। ଓଡ଼ିଶା ସହିତ ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ବି ସେମାନେ ଏହି ରାକେଟ୍ ଚଳାଇଥିଲେ। 

ଏହାର ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି ଏବଂ ସେ ରାଜ୍ୟ ବାହାରେ ରହିଛି। ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅନୁସନ୍ଧାନରୁ ସ୍ପଷ୍ଟ ହେବା ପରେ ସେ ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନକୁ
ଅବଗତ କରିଥିଲେ।

Advertisment

Exam Notification Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe