Advertisment

JEE ମେନ୍ ଆପ୍ଲିକେସନ ସଂଶୋଧନର ଶେଷ ସୁଯୋଗ, ଜାଣନ୍ତୁ ସବିଶେଷ ତଥ୍ୟ

ଯେଉଁମାନେ ସେମାନଙ୍କର ଆବେଦନ ଫର୍ମର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ସଂଶୋଧନ କରିପାରିବେ। ଲଗଇନ୍ ପରେ କଣ କରିବେ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସଂଶୋଧନ କରିପାରିବେ JEE ମେନ୍ ଆପ୍ଲିକେସନ୍। ଜାତୀୟ ପରୀକ୍ଷା ଏଜେନ୍ସି (NTA) ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ ପରୀକ୍ଷା ପାଇଁ ଆବେଦନ ସଂଶୋଧନ ୱିଣ୍ଡୋକୁ ସକ୍ରିୟ କରିଛି। ଯେଉଁମାନେ ସେମାନଙ୍କର ଆବେଦନ ଫର୍ମର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ସଂଶୋଧନ କରିପାରିବେ।

Advertisment

ଡିସେମ୍ବର 8 ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମକୁ ସଂଶୋଧନ କରିପାରିବେ। ଲଗଇନ୍ ଆଇଡି-ପାସୱାର୍ଡ ମାଧ୍ୟମରେ ସଂଶୋଧନ କରିପାରିବେ। ଧାର୍ଯ୍ୟ ତାରିଖ ପରେ କୌଣସି ସଂଶୋଧନ କରାଯିବ ନାହିଁ ବୋଲି ସରକାରୀ ବିଜ୍ଞପ୍ତିରେ ରୋକ୍ ଠୋକ୍ ଉଲ୍ଲେଖ ରହିଛି। ପରୀକ୍ଷା କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ, ପ୍ରାର୍ଥୀମାନେ ସେମାନଙ୍କ ଆବେଦନ ଫର୍ମରେ ପରିବର୍ତ୍ତନ ଆଣିବା ପାଇଁ ଏହା ହେଉଛି ଶେଷ ସୁଯୋଗ, ତେଣୁ ପ୍ରାର୍ଥୀଙ୍କୁ ଅତି ଯତ୍ନର ସହ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଏହାପରେ ପ୍ରାର୍ଥୀଙ୍କୁ ସଂଶୋଧନ ପାଇଁ ଆଉ କୌଣସି ସୁଯୋଗ ଦିଆଯିବ ନାହିଁ।ଅତିରିକ୍ତ ଫି କ୍ରେଡିଟ୍ / ଡେବିଟ୍ / ନେଟ୍ ବ୍ୟାଙ୍କିଙ୍ଗ୍ / ୟୁପିଆଇ ମାଧ୍ୟମରେ ଟଙ୍କା ପୈଠ କରିପାରିବେ।

କିପରି ଆପ୍ଲାଏ କରିବେ, ଜାଣନ୍ତୁ...

ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ଓପନ୍ କରନ୍ତୁ
     ପଞ୍ଜୀକରଣ ଲିଙ୍କରେ କ୍ଲିକ୍ କରନ୍ତୁ
     ଏହାପରେ ଅନ୍ୟ ଏକ ପେଜ୍ ଆସିବ
     ଏଠାରେ ଲଗଇନ୍ ଡିଟେଲ୍ସ ଦିଅନ୍ତୁ
     ଆବେଦନ ଫର୍ମକୁ ଏଡିଟ୍ କରି ସେଭ୍ କରିଦିଅନ୍ତୁ
     ଆବଶ୍ୟକ ଥିଲେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
     ଭବିଷ୍ୟତରେ ବ୍ୟବହାର ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ମଧ୍ୟ ରଖନ୍ତୁ

Advertisment

JEE ମେନ୍ 2024 ଆବେଦନ ଫର୍ମ ସଂଶୋଧନ ଶୁଳ୍କ 
ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ, ଆବେଦନ ସଂଶୋଧନ ଶୁଳ୍କ ଦାଖଲ ପାଇଁ କିଛି ସର୍ତ୍ତ ରହିଛି। ଯଦି କୌଣସି ଛାତ୍ର ସେମାନଙ୍କ ବର୍ଗକୁ SC/ST/ବାଳିକା / PwDରୁ ଜେନେରାଲ୍/ଓବିସି ଏନସିଏଲରେ ପରିବର୍ତ୍ତନ କରନ୍ତି, କିମ୍ବା ପେପର ପରିବର୍ତ୍ତନ ପାଇଁ ଚୟନ କରନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ମନେ ରଖନ୍ତୁ, ସାଧାରଣ ବର୍ଗ ପ୍ରାର୍ଥୀଙ୍କ ତୁଳନାରେ ସଂରକ୍ଷିତ ବର୍ଗ ପାଇଁ ଆବେଦନ ଶୁଳ୍କ କମ୍। ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀଙ୍କଠାରୁ ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ। 

JEE Main 2024 Application Correction JEE Main 2024 JEE Main Exam Details