Advertisment

JEE ମେନ୍ ପେପର୍-ଟୁ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ

BArch (ବ୍ୟାଚଲର୍ ଅଫ୍ ଆର୍କିଟେକ୍ଚର୍) ଏବଂ BPlan (ବ୍ୟାଚଲର୍ ଅଫ୍ ପ୍ଲାନିଂ) ପରୀକ୍ଷା ଜାନୁଆରୀ 24ରୁ ଫେବ୍ରୁଆରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Representative Image

Representative Image

Advertisment

ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ 2024 BArch ଏବଂ BPlan ପ୍ରଥମ ସେସନ୍ ପାଇଁ ଆଡମିଟ୍ କାର୍ଡ ପ୍ରକାଶ। ଜାତୀୟ ପରୀକ୍ଷା ଏଜେନ୍ସି (NTA) ଆଡମିଟ୍ କାର୍ଡ ପ୍ରକାଶ କରିଛି। ଏଥିପାଇଁ ପରୀକ୍ଷାର୍ଥୀମାନେ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ସେମାନଙ୍କର ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ। 

Advertisment

ଆଡମିଟ୍ କାର୍ଡ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଉପଲବ୍ଧ। BArch (ବ୍ୟାଚଲର୍ ଅଫ୍ ଆର୍କିଟେକ୍ଚର୍) ଏବଂ BPlan (ବ୍ୟାଚଲର୍ ଅଫ୍ ପ୍ଲାନିଂ) ପରୀକ୍ଷା ଜାନୁଆରୀ 24ରୁ ଫେବ୍ରୁଆରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜାନୁଆରୀ 24, 27, 29, 30, 31 ଏବଂ ଫେବୃଆରୀ 1ରେ ପରୀକ୍ଷା କରାଯିବ। 

ପରୀକ୍ଷା କେନ୍ଦ୍ର ଠିକଣା ସମେତ ରୋଲ୍ ନମ୍ବର କିମ୍ବା ରେଜିଷ୍ଟ୍ରସେନ ନମ୍ବର ବାବଦରେ ଜାନୁଆରୀ 12ରେ ସୂଚନା ପ୍ରକାଶ କରାଯାଇଥିଲା। ଆଡମିଟ୍ କାର୍ଡ ବିନା ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରାଯିବ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। 

Advertisment

ପରୀକ୍ଷା ଫର୍ମାଟ୍ ଅନୁଯାୟୀ, JEE ମେନ୍ ପେପର 2Aରେ 82ଟି ପ୍ରଶ୍ନ ଆସିବ, ଯେଉଁଥିରେ ଜେନେରାଲ୍ ଆପ୍ଟିଚ୍ୟୁଡରେ 50ଟି, ଗଣିତରେ 30ଟି ଏବଂ ଚିତ୍ରାଙ୍କନରେ 2ଟି ପ୍ରଶ୍ନ ରହିବ। ପେପର 2Bରେ ଜେନେରାଲ୍ ଆପ୍ଟିଚ୍ୟୁଡରେ 50ଟି, ଗଣିତରେ 30 ଏବଂ ପ୍ଲାନିଂରେ 25ଟି ପ୍ରଶ୍ନ ଆସିବ।

ଆଡମିଟ୍ କାର୍ଡ କିପରି ଡାଉନଲୋଡ୍ କରିବେ, ଜାଣନ୍ତୁ...

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ଭିଜିଟ୍ କରନ୍ତୁ।
  • JEE ମେନ୍ ଆଡମିଟ୍ କାର୍ଡ ପାଇଁ ଲିଙ୍କ୍ ଚୟନ କରନ୍ତୁ।
  • ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟର କରନ୍ତୁ।
  • ଏହା ପରେ ସ୍କ୍ରିନରେ JEE ମେନ୍ ଆଡମିଟ୍ କାର୍ଡ ଆସିବ, ଏହାର ଏକ କପି ଡାଉନଲୋଡ୍ କରି ରଖନ୍ତୁ। 

ପ୍ରାର୍ଥୀମାନଙ୍କୁ ପ୍ରଶ୍ନ ପତ୍ରରେ ଦିଆଯାଇଥିବା ସମସ୍ତ ବିବରଣୀକୁ ଭଲ ଭାବେ ପଢିବା ପାଇଁ ପରାମର୍ଶ ଦିଆଯାଇଛି। 

JEE Main 2024 JEE Main Exam JEE Main Admit JEE Main Exam Pattern
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe