Advertisment

କୋଟା ଆତ୍ମହତ୍ୟା ସହ ନାହିଁ ରେଜଲ୍ଟର ଲିଙ୍କ୍, NEET କାଉନସେଲିଂ ସ୍ଥଗିତ ରହିବନି

କୋଟାରେ ଛାତ୍ର ଆତ୍ମହତ୍ୟା NEET-UG ରେଜଲ୍ଟକୁ ନେଇ ହୋଇ ନାହିଁ, ଏପରି ଅନାବଶ୍ୟକ ଭାବପ୍ରବଣ ଯୁକ୍ତି ନ କରିବାକୁ କହିଲେ ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ଚଳିତ ବର୍ଷ ପ୍ରକାଶ ପାଇଥିବା NEET-UG ରେଜଲ୍ଟକୁ ନେଇ ଥମୁନି ବିବାଦ। ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଥିବାବେଳେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏବେ କୋଟାରେ ଘଟୁଥିବା ଆତ୍ମହତ୍ୟାକୁ ପରୀକ୍ଷା ଫଳ ସହ ସଂଯୋଗ କରାଯାଇଛି, ଯାହାକୁ ଖଣ୍ଡନ କରିଛନ୍ତି ସୁପ୍ରିମକୋର୍ଟ।

Advertisment

ଆବେଦନକାରୀମାନେ ଏପରି ଭାବପ୍ରବଣ ଯୁକ୍ତି କରିବା ଉଚିତ୍ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, କୋଟାରେ ହେଉଥିବା ଛାତ୍ର ଆତ୍ମହତ୍ୟା NEET-UG ରେଜଲ୍ଟକୁ ନେଇ ହୋଇ ନାହିଁ। ଏପରି ଅନାବଶ୍ୟକ ଭାବପ୍ରବଣ ଯୁକ୍ତି କରନ୍ତୁ ନାହିଁ।

ପ୍ରକାଶ ଥାଉକି, ନିଟ୍ ପରୀକ୍ଷା ଫଳରେ ଅନିୟମିତତା ଦର୍ଶାଇ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିକ୍ରିମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଅବକାଶ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀମାନେ କୋଟାରେ ଛାତ୍ର ଆତ୍ମହତ୍ୟାକୁ NEET-UG ରେଜଲ୍ଟ ସହ ଲିଙ୍କ୍ ଥିବା କହିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ସର୍ବୋଚ୍ଚ ଅଦାଲତ। 

Advertisment

ଖଣ୍ଡପୀଠ ମଧ୍ୟ ବର୍ତ୍ତମାନ କାଉନସେଲିଂକୁ ସ୍ଥଗିତ ରଖାଯାଇ ପାରିବ ନାହିଁ ବୋଲି କହିଛନ୍ତି। ମାମଲା ଉପରେ ସିବିଆଇ ଯାଞ୍ଚ ଆବେଦନ ଉପରେ ଏକ ବିଜ୍ଞପ୍ତି ଜାରି କରି ଖଣ୍ଡପୀଠ ଜାତୀୟ ପରୀକ୍ଷା ଏଜେନ୍ସି (NTA)କୁ ଦୁଇ ସପ୍ତାହ ମଧ୍ୟରେ ପ୍ରତିକ୍ରିୟା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇ। ଜୁଲାଇ 8ରେ ପରବର୍ତ୍ତୀ ଶୁଣାଣି ହେବ। 

ନିକଟରେ NEET-UG ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିବାଦ ବଢିଛି। ୬୭ ଜଣ ପ୍ରାର୍ଥୀ ୭୨୦ରୁ ୭୨୦ ମାର୍କ ରଖିଥିବାରୁ ପେପର୍ ଲିକ୍ ହୋଇଥିବା ଅଭିଯୋଗ କରାଯାଉଛି। ସେହିପରି ଓଡ଼ିଶା, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ ଗୁଜରାଟର ଏକ ନିର୍ଦ୍ଦିଷ୍ଟ ସେଣ୍ଟର ଗୋଧ୍ରା ବାଛିଥିବାକୁ ନେଇ ମଧ୍ୟ ସନ୍ଦେହ କରାଯାଇ ଏ ଉପରେ ସିବିଆଇ ତଦନ୍ତ ପାଇଁ ଦାବି ହେଉଛି।  

Supreme Court NEET Counselling NEET UG Result Kota Suicides
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe