Advertisment

ଲୋକସଭା ନିର୍ବାଚନ: JEE Main ସମେତ ବଦଳିଲା ଏହି ସବୁ ପରୀକ୍ଷା ତାରିଖ

ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏଁ ଚାଲିବ ନିର୍ବାଚନ। ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ।

Exam

Exam

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ କମ୍ପିଟେଟିଭ ଓ ପ୍ରବେଶିକା ତଥା ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। JEE Main, UPSC prelims, NEET PG, KCET, MHT CET, TS EAPCET, TS POLYCET, ଏବଂ ICAI CA ପରୀକ୍ଷା ପ୍ରଭାବିତ ହୋଇଛି।

Advertisment
  • JEE Main 2024 ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ବର୍ତ୍ତମାନ ପୂର୍ବ କାର୍ଯ୍ୟସୂଚୀ ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ଏପ୍ରିଲ ୪ରୁ ୧୨ରେ ହେବ।
  • ତେବେ JEE ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବନିର୍ଦ୍ଧାରିତ ତାରିଖ ମେ' ୨୬ ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ।
  • UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା: UPSC ପ୍ରିଲିମଗୁଡିକ ବର୍ତ୍ତମାନ ମେ' ୨୬ର ପରିବର୍ତ୍ତେ ଜୁନ୍ ୧୬ରେ ଅନୁଷ୍ଠିତ ହେବ।
  • NEET PG 2024: ଲୋକସଭା ନିର୍ବାଚନ ପାଇଁ NEET PG ପରୀକ୍ଷାକୁ ଆସନ୍ତା ଜୁନ୍‌ ୨୩କୁ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ଏହାର ଫଳାଫଳ ବାହାରିବ ବୋଲି ଆଶା କରାଯାଉଛି। ସେହିଭଳି, NEET UG ପରୀକ୍ଷା ମେ' ୫ରେ ହେବ। ଏଥିରେ ଏପର୍ଯ୍ୟନ୍ତ ପରିବର୍ତ୍ତନ ଘୋଷଣା ହୋଇନାହିଁ।
  • ସେହିପରି ଏପ୍ରିଲ ୧୬ ରୁ ୩୦ ମଧ୍ୟରେ ହେବାକୁ ଥିବା MHT-CET (PCM ଗ୍ରୁପ୍) ପରୀକ୍ଷା ବର୍ତ୍ତମାନ ମେ' ୨ ରୁ ୧୭ ପର୍ଯ୍ୟନ୍ତ ହେବ। PCB ଗ୍ରୁପ୍ ପରୀକ୍ଷା ଏପ୍ରିଲ୍ ୨୨ ରୁ ୩୦ ମଧ୍ୟରେ ହେବ।
  • TS EAPCET ପରୀକ୍ଷା ମେ' ୯, ୧୦, ୧୧, ଏବଂ ୧୨ ରେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟାରେ ହେବ।
  • ପୂର୍ବରୁ ମେ' ୧୭ରେ ହେବାକୁ ଥିବା TS POLYCET ର ପରୀକ୍ଷା ବର୍ତ୍ତମାନ ମେ' ୨୪ ତାରିଖ ସକାଳ ୧୧ଟାରୁ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
  • AP EAPCET 2024: ଆନ୍ଧ୍ରପ୍ରଦେଶ ଇଞ୍ଜିନିୟରିଂ, କୃଷି ଏବଂ ଫାର୍ମାସି ସାଧାରଣ ପ୍ରବେଶିକା ପରୀକ୍ଷା (AP EAPCET) ମେ' ୧୬ରୁ ୨୨ ମଧ୍ୟରେ ହେବ। ଆନ୍ଧ୍ରପ୍ରଦେଶର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏହି ତାରିଖ ଧାର୍ଯ୍ୟ କରାଯାଇଛି।
  • ସେହିପରି ICAI CA intermediate ଗ୍ରୁପ୍‌ -୧ ପରୀକ୍ଷା ବର୍ତ୍ତମାନ ମେ' ୩, ୫, ଓ ୯ ତାରିଖରେ ହେବ। ସେହିପରି ଗ୍ରୁପ୍‌-୨ ପରୀକ୍ଷା ମେ' ୧୧, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବ।
  • CUET UG ପରୀକ୍ଷା ମେ' ୨୦ ରୁ ୩୧ ମଧ୍ୟରେ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ନିର୍ବାଚନ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ତାରିଖ ଗୁଡ଼ିକୁ ବଦଳାଇବାକୁ ଚିନ୍ତା କରୁଛି।
  • କର୍ଣ୍ଣାଟକ ସାଧାରଣ ପ୍ରବେଶିକା ପରୀକ୍ଷା (KCET) ୨୦୧୪ ଏପ୍ରିଲ ୧୮ ଏବଂ ୧୯ରେ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
Loka Sabha Election 2024 JEE Main MHT-CET EAPCET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe