Advertisment

ପରୀକ୍ଷାରେ ସ୍ୱଚ୍ଛତା ପାଇଁ ନୂଆ ପଦକ୍ଷେପ, ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ

ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍‌କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ। ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE।

Exam

Exam

Advertisment

ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଶେଷ ବର୍ଷ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ। ଭୁବନେଶ୍ୱରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଲାଇଭ ଷ୍ଟ୍ରିମିଙ୍ଗ ଲିଙ୍କ୍ ଦିଆଯିବ।

Advertisment

ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍‌କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ। ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE।

ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗୁଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଇନଷ୍ଟଲେସନନେଇ ସ୍ଥିତି କଣ ତାହା ଡିସେମ୍ବର ୧୫ ସୁଦ୍ଧା ପରିଷଦକୁ ଜଣାଇବା ଲାଗି CHSE ପରୀକ୍ଷା ନିୟନ୍ତ୍ରକ ସବୁ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।

Advertisment

ସୂଚନାଯୋଗ୍ୟ, ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧିରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ପରିଷଦ ପ୍ରଥମଥର ପାଇଁ ପ୍ରାୟ ୬ମାସ ପୂର୍ବରୁ ଫର୍ମ ଫିଲଅପଠୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ବାର୍ଷିକ କ୍ୟାଲେଣ୍ଡର ଜାରି କରି ଦିଆଯାଇଛି ସୂଚନା ଦେଇଛି ।

ବାର୍ଷିକ ପରୀକ୍ଷା ନିମନ୍ତେ ଡିସେମ୍ବର ୨୫ତାରିଖରେ ଆଡମିଟ୍ କାର୍ଡ ଅନଲାଇନରେ ଇସ୍ୟୁ କରାଯିବ । ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଓ ଫେବୃୟାରୀ ୧୪ରୁ ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବ । ଆଉ ପରୀକ୍ଷା ଫଳ ଏପ୍ରିଲ ଶେଷ ସପ୍ତାହ ଅବା ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ଜାରି ବାର୍ଷିକ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି ।

Odisha +2 Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe