Advertisment

ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଋଣ, ମହିଳାଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ

ବଜେଟରେ ନିର୍ମଳା ସୀତାରମଣ ମଡେଲ ସ୍କିଲ ଲୋନ ଯୋଜନାର ରିଭିଜନ ପାଇଁ ପ୍ରସ୍ତାବ ଦେଇଛନ୍ତି।

ଅଦ୍ୟତନ ହୋଇଛି
Budget

Budget

Advertisment

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛାତ୍ର ଋଣ ସମ୍ପର୍କରେ ଘୋଷଣା କରିଛନ୍ତି। ଏଣିକି ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ପିଲାମାନଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ଋଣ ମିଳିବ।

Advertisment

ବଜେଟରେ ନିର୍ମଳା ସୀତାରମଣ ମଡେଲ ସ୍କିଲ ଲୋନ ଯୋଜନାର ରିଭିଜନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ବାର୍ଷିକ ୨୫ ହଜାର ଶିକ୍ଷାର୍ଥୀ ଲାଭବାନ ହେବେ। ସେ କହିଛନ୍ତି, ମଡେଲ ସ୍କିଲ ଲୋନ ଯୋଜନାରେ ୭.୫ ଲକ୍ଷ ଟଙ୍କାର ଯାଏ ଋଣ ମିଳିବ। ଏଥିପାଇଁ ଗୋଟିଏ ସରକାରୀ ପ୍ରୟୋଜିତ ସଂସ୍ଥା ଗ୍ୟାରେଣ୍ଟର ରହିବ। ଆମ ସରକାର ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ନିର୍ମଳା କହିଛନ୍ତି।

ବଜେଟରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଇ-ଭାଉଚର ପ୍ରତିବର୍ଷ ୧ ଲକ୍ଷ ପିଲାଙ୍କୁ ସିଧାସଳଖ ମିଳିବ। ବାର୍ଷିକ ୩% ସୁଧରେ ଶିକ୍ଷାର୍ଥୀମାନେ ଏହାର ଫାଇଦା ହାସଲ କରିପାରିବେ।

Advertisment

ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ ଏବେ ଶିଳ୍ପ ସଂସ୍ଥା ସହ ମିଶି ଦେଶରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ସଦନ ନିର୍ମାଣ କରାଯିବ। କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ଏପରି ବ୍ୟବସ୍ଥା କରାଯିବ। ସର୍ବାଙ୍ଗୀନ ବିକାଶ ପାଇଁ ସରକାର ନ୍ୟାଶନାଲ କର୍ପୋରେସନ ପଲିସୀ ଆଣିବେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଇଣ୍ଟର୍ନଶିପ ସ୍କିମ୍ ଅଧୀନରେ ପ୍ରତି ମାସରେ ୫,୦୦୦ ଟଙ୍କା ଇଣ୍ଟର୍ନଶିପ୍ ଭତ୍ତା ଏବଂ ୬,୦୦୦ ଟଙ୍କାର ଏକକାଳୀନ ସହାୟତା ପ୍ରଦାନ କରାଯିବ। ୫୦୦ ଟପ୍‌ କମ୍ପାନୀରେ ୧ କୋଟି ଯୁବଗୋଷ୍ଠୀଙ୍କୁ ଏହି ସୁଯୋଗ ମିଳିବ।

Union Budget 2024 Union Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe