Advertisment

ରାଜନୈତିକ ପଶା ପାଲିରେ ‘ମହାଲ୍‌ ମାଣ୍ଡା’ ଗୋଟି

EdCILର ସ୍ପଷ୍ଟୀକରଣ ପରେ ବୟାନ ବାଜି ପୁଣି ଜୋର ଧରିଛି। ଓସେପା ସହିତ ହୋଇଥିବା ଚୁକ୍ତି ଅନୁଯାୟୀ EdCIL ଜିଲ୍ଲା ୱାରି ମେରିଟ୍‌ ଲିଷ୍ଟ ଦେଇଥିଲା। ନିୟମ ଅନୁଯାୟୀ ସବୁ କିଛି କରାଯାଇଥିବା EdCIL କହିବା ପରେ ବି ‘ମହାଲ ମାଣ୍ଡା’ ରାଜନୀତି ଥମୁନି।

author-image
Manoranjan Sial
undefined

School

ଜୁନିୟର ଶିକ୍ଷକ ନିଯୁକ୍ତି ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଦୋଷ ଠେଲାଠେଲି ଚାଲିଛି। ତୀବ୍ର ହେଉଛି କାଦୁଅ ଫିଙ୍ଗା ରାଜନୀତି। ଗତକାଲି Educational Consultants India Limited (EdCIL)ର ସ୍ପଷ୍ଟୀକରଣ ପରେ ବିଜେପି କହିଛି, ପରୀକ୍ଷା ପରିଚାଳନା ତ୍ରୁଟି ଓସେପାର। ରାଜ୍ୟ ସରକାର କେନ୍ଦ୍ରୀୟ ଏଜେନ୍ସି EdCIL ପରୀକ୍ଷା ପରିଚାଳନା କରିଥିବା କହି ଝାଡିଝୁଡ଼ି ହୋଇ ବସି ପଡ଼ିଛି।

Advertisment

EdCILର ସ୍ପଷ୍ଟୀକରଣ ପରେ ବୟାନ ବାଜି ପୁଣି ଜୋର ଧରିଛି। ଓସେପା ସହିତ ହୋଇଥିବା ଚୁକ୍ତି ଅନୁଯାୟୀ EdCIL ଜିଲ୍ଲା ୱାରି ମେରିଟ୍‌ ଲିଷ୍ଟ ଦେଇଥିଲା। ନିୟମ ଅନୁଯାୟୀ ସବୁ କିଛି କରାଯାଇଥିବା EdCIL କହିବା ପରେ ବି ‘ମହାଲ ମାଣ୍ଡା’ ରାଜନୀତି ଥମୁନି। ଓସେପା ସୋଶାଲ ମିଡ଼ିଆ ‘X’ରେ EdCIL ସ୍ପଷ୍ଟୀକରଣକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର ହୋଇଥିବା ସୂଚନା ଦେଇଛି।

ଜୁନିୟର ଶିକ୍ଷକ ଦ୍ୱନ୍ଦ୍ୱ ଭିତରେ ଆଜି ଏଣ୍ଟ୍ରି ମାରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସୋଶାଲ ମିଡ଼ିଆ ‘X’ରେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, କେନ୍ଦ୍ରୀୟ ସଂସ୍ଥା ପରୀକ୍ଷା ପରିଚାଳନା କରିଥିଲା, ଏହାସତ୍ତ୍ୱେ ବିଜେପି ରାଜନୀତି କାହିଁକି କରୁଛି?

Advertisment

ସେପଟେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ। କହିଛି, ବ୍ୟୁରୋକ୍ରାଟ ସ୍ତରରେ ସେଟିଂ ହୋଇ ଚାକିରି ବିକ୍ରି ହେଉଛି। ତାମିଲନାଡୁକୁ ଟଙ୍କା ଯିବା ଲାଗି ସୁଡ଼ଙ୍ଗ ତିଆରି କରିଛନ୍ତି ରାଜ୍ୟ ସରକାର।

ବିଜେଡି ଓ ବିଜେପି କଳି ଭିତରେ ଏଣ୍ଟ୍ରି ମାରିଛି କଂଗ୍ରେସ। ଦଳ କହିଛି, ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆସିବା ପରେ ନିରପେକ୍ଷ ତଦନ୍ତ ନହୋଇ ବିଜେଡି-ବିଜେପି ଦୋଷ ଲଦାଲଦି ହେବା ଦୁର୍ଭାଗ୍ୟଜନକ।

ସେପଟେ ହାଇକୋର୍ଟରେ ଚାଲିଥିବା ଏ ସମ୍ପର୍କିତ ମାମଲାରେ ଆଜି ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି, ସରକାର ଜିଲ୍ଲା ୱାରି ମେରିଟ୍‌ ଲିଷ୍ଟ ପ୍ରକାଶ କରିଛନ୍ତି। ତେବେ ପୂର୍ବ ପ୍ରକାଶିତ ତାଲିକା ପ୍ରତ୍ୟାହାର ହୋଇଛି କି ନାହିଁ ସେ ସଂପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟିଏ ପଟେ ଆଇନଗତ ଲଢେଇ ଅନ୍ୟ ପଟେ ରାଜନୈତିକ ଆରୋପ ପ୍ରତ୍ୟାରୋପ। ଏସବୁ ଭିତରେ ଆଶାୟୀ କନିଷ୍ଠ ଶିକ୍ଷକଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ଅପେକ୍ଷା।

Odisha Education School